କନକ ବ୍ୟୁରୋ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ଛାଡପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ । ୩ ମାସ ଭିତରେ ଛାଡପତ୍ର ମାମଲା ଶେଷ କରିବାକୁ ପରିବାର ଅଦାଲତକୁ ନିର୍ଦ୍ଦେଶ । ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜୁଲାଇ ୩୧ ସୁଦ୍ଧା ସରିବ ଜେରା ପ୍ରକ୍ରିୟା । ଅକ୍ଟୋବର ୩୧ ସୁଦ୍ଧା ଛାଡପତ୍ର ମାମଲାର ହୋଇପାରେ ଫଇସଲା । ପରିବାର ଅଦାଲତରେ ଫଇସଲା ବିଳମ୍ବ ହେଉଥିଲା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଅନୁଭବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଘଂନ ହେଉଥିବା ଦର୍ଶାଇଥିଲେ ଅନୁଭବଙ୍କ ଓକିଲ । ବର୍ଷାଙ୍କୁ ଅହେତୁକ ଅନୁକମ୍ପା ଦର୍ଶାଯାଉଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା ।

Advertisment