କନକ ବ୍ୟୁରୋ : କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍ ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ଦେଶର ବିଭିନ୍ନ କୃଷକ ସଂଗଠନ । ପଂଜାବ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତାମିଲନାଡୁ ସମେତ ଏକାଧିକ ରାଜ୍ୟର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ସମ୍ପର୍କୀୟ ବିଲ୍କୁ ବିରୋଧ କରି ଆସୁଛନ୍ତି ଚାଷୀ । ଏମିତି କୃଷି ବିଲ୍କୁ ନେଇ କଂଗ୍ରେସ ବାରମ୍ବାର ମୋଦି ସରକାରଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି ।
କୃଷି ବିଲକୁ ବିରୋଧ କରି ପଂଜାବରେ ଚାଷୀମାନେ ଅଭିନବ ପ୍ରତିବାଦ କରିଛନ୍ତି । କୃଷକ ଏବଂ ଆପ୍ କର୍ମୀ ମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି । ସେହିପରି ଗତକାଲି ରେଳ ଧାରଣା ଉପରେ ଏକାଧିକ କର୍ମଚାରୀ ଏକାଠି ହୋଇ ରେଳ ରୋକ କରିଥିଲେ । ଏହାରି ଭିତରେ ଏନ୍ଡିଏରୁ ବାହାରି ଯାଇଛି ସରକାରର ପୂର୍ବତନ ସହଯୋଗୀ ଅକାଳି ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/Bharat-Bandh-1.jpg)