ଡାକ୍ତର ଓ ସ୍ୱେଚ୍ଛାସେବୀମାନେ ହୋଇଗଲେ ଆଶ୍ଚର୍ଯ୍ୟ । ଯେତେେବେଳ ଟିକାକରଣ କେନ୍ଦ୍ରରେ ପହଂଚିଲେ ୧୮୯୬ ମସିହାରେ ଜନ୍ମିତ ୧୨୫ ବର୍ଷ ବୟସ୍କ ସ୍ୱାମୀ ଶିବାନନ୍ଦ

525

କନକ ବ୍ୟୁରୋ : ବାରଣାସୀରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଆଉ ଏକ ନୂଆ ଓ ଆପଣଙ୍କୁ ଚକିତ କରିଦେବା ଭଳି ଘଟଣା ଯୋଡି ହୋଇଛି । ଟିକାକରଣ କେନ୍ଦ୍ରରେ ଥିବା ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତର ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସେତେବେଳେ ଯେତେବେଳେ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରିଥିଲେ ୧୮୯୬ ମସିହାରେ ଜନ୍ମିତ ୧୨୫ ବର୍ଷର ସ୍ୱାମୀ ଶିବାନନ୍ଦ । ତାଙ୍କ ପଞ୍ଜିକରଣକୁ ସହଜରେ ସ୍ୱୀକାର କରାଯାଇ ପାରି ନଥିଲା । କାରଣ ତାଙ୍କର ଜନ୍ମ ୧୯୦୦ ମସିହା ପୂର୍ବରୁ ହୋଇଥିଲା । ସବୁ ପରେ ତାଙ୍କୁ ଟିକା ଦଆଗଲା ଓ ଟିକା ନେବା ପରେ ସେ ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କରିଥିଲେ ।

ବାରଣାସୀ ସହର ଦୁର୍ଗାକୁଣ୍ଡ ଅଞ୍ଚଳର ଥିବା ଟିକାକରଣ କେନ୍ଦ୍ରରେ ଡାକ୍ତର ଓ ସ୍ୱେଚ୍ଛାସେବୀମାନେ ଆଶ୍ଚଯ ର୍୍ୟ ହୋଇଯାଇଥିଲେ । ଯେତେବେଳେ ସ୍ୱାମୀ ଶିବାନନ୍ଦ ପଞ୍ଜିକରଣ ବେଳେ ତାଙ୍କ ଜନ୍ମ ତାରିଖ ୧୮୯୬ ବୋଲି ଲେଖିଥିଲେ    । ଟିକା ପାଇଁ ପଞ୍ଜିକରଣ ହେଉଥିବା ସାଇଟରେ ୧୯୦୦ ମସିହାର ପୂର୍ବ ତାରିଖ ନଥିବାରୁ ପଞ୍ଜିକରଣ କରାଉଥିବା ସ୍ୱେଚ୍ଛାସେବୀ ମାନେ ହରଡ ଘଣାରେ ପଡିଥିଲେ । ହେଲେ ସ୍ୱାମୀ ଶିବାନନ୍ଦଙ୍କର ଭୋଟର ପରିଚୟପତ୍ର, ଆଧାର କାର୍ଡ ଓ ପାସପୋର୍ଟରେ ଜନ୍ମ ତାରିଖ ୧୮୯୬ ବୋଲି ଉଲ୍ଲେଖ ରହିଛି । ଏହାପରେ ପଞ୍ଜିକରଣ କର୍ତ୍ତା କୌଣସି ଉପାୟରେ ଶିବାନନ୍ଦଙ୍କ ଜନ୍ମ ତାରିଖ ୧୯୦୦ ମସିହାରେ ହୋଇଥିବା ଲେଖି ପଞ୍ଜିକରଣ କରିଥିଲେ । ଏହାପରେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି କହୁଥିବା ସ୍ୱାମୀ ଶିବାନନ୍ଦଙ୍କୁ ଟିକା ଦିଆଯାଇଥିଲା ।

କହିରଖୁ କି ସ୍ୱାମୀ ଶିବାନନ୍ଦଙ୍କ ଜନ୍ମ ଅଗଷ୍ଟ ୮ ତାରିଖ ୧୮୯୬ ରେ ହୋଇଥିଲା । ସେ ଶ୍ରୀହଟ୍ଟ ଜିଲ୍ଲା ହବିଗଂଜ ମହକୁମାର ହରିପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାମାତା ଭିକାରୀ ବ୍ରାହ୍ମଣ ଥିଲେ । ଏହି ଅଞ୍ଚଳ ଏବେ ବାଂଲାଦେଶରେ ରହିଛି ।

ପରିବାରର ଆର୍ଥିକ ଦୁରାବସ୍ତା ଯୋଗୁଁ ଶିବାନନ୍ଦଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ତାଙ୍କ ବାପା ଓ ମା ଶିବାନନ୍ଦଙ୍କ ଭବିଷ୍ୟତକୁ ନଜରରେ ରଖି ତାଙ୍କୁ ନବଦ୍ୱୀପରେ ବାବା ଶ୍ରୀ ଓଂକାରନନ୍ଦଙ୍କ ନିକଟରେ ଛାଡି ଦେଇଥିଲେ । ଶିବାନନ୍ଦଙ୍କୁ ୬ ବର୍ଷ ହୋଇଥିବା ବେଳେ ତାଙ୍କ ପିତା, ମାତା ଓ ଭଉଣୀ ଭୋକରେ ପ୍ରାଣ ହରାଇଥିଲେ । ଏହାପରେ ଶିବାନନ୍ଦ ଗୁରୁଙ୍କ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରି ଆଜୀବନ ଅବିବାହିତ ରହିଗଲେ । ଏବେ ସେ ବାରଣାସୀର ଦୁର୍ଗାକୁଣ୍ଡ ଅଞ୍ଚଳର କାଶୀନଗର କଲୋନୀରେ ରହୁଛନ୍ତି ।