ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ବିଏସଏଫରୁ ବରଖାସ୍ତ ଯବାନ ତେଜ୍ ବାହାଦୂର ଯାଦବଙ୍କ ନାମାଙ୍କନ ପତ୍ର ରଦ୍ଦ ! ସୋସିଆଲ୍ ମିଡିଆରେ ହେଲା ହଙ୍ଗାମା ।

1,277

ଲୋକସଭା ନିର୍ବାଚନ ୨୦୧୯ ର ଘମାଘୋଟ ଲଢେଇ ଏକ ନୂଆ ମୋଡ ନେଇଛି । ବୁଧବାର ନିର୍ବାଚନ କମିଶନ୍ ବିଏସଏଫ୍ ରୁ ବରଖାସ୍ତ ହୋଇଥିବା ଯବାନ ତେଜ୍ ବାହାଦୁର ଯାଦବଙ୍କ ନାମାଙ୍କନ ପତ୍ରକୁ ରଦ୍ଦ କରିଦେଇଛନ୍ତି । ତେଜ ବାହାଦୁର ସମାଜବାଦୀ ପାର୍ଟି (ସପା) ଏବଂ ବସପାର ଗଠବନ୍ଧନରେ ବାରାଣାସୀ ଲୋକସଭା ସିଟ୍ ରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ । ମଙ୍ଗଳବାର ନିର୍ବାଚନ କମିଶନ୍ ଙ୍କ ଦ୍ୱାରା ନୋଟିସ୍ ଜାରୀ କରାଯାଇଥିଲା । ତେବେ ବର୍ତ୍ତମାନ ତେଜ୍ ବାହାଦୁର୍ ଯାଦବଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଯିବାପରେ ସୋସିଆଲତ ମିଡିଆରେ ଏବେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି ।

ତେଜ୍ ବାହାଦୂରଙ୍କ ନାମାଙ୍କନ ପତ୍ର ରଦ୍ଦ ହେବା ନେଇ ଜଣେ ସୋସିଆଲ୍ ୟୁଜର୍ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ୍ କରି କହିଛନ୍ତି ଆପଣ ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖନ୍ତୁ । ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି , ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସାରାରେ ତେଜ୍ ବାହାଦୂରଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି ।