ରିକ୍ସାବାଲାକୁ ପିଏମଓରୁ ଚିଠି...ବାରଣାସୀର ରିକ୍ସାଚାଳକଙ୍କ ଝିଅ ବିବାହ ନିମନ୍ତ୍ରଣ ରକ୍ଷା କଲେ ମୋଦି...ଚିଠି ଲେଖି ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Advertisment
ରିକ୍ସାବାଲାକୁ ପିଏମଓରୁ ଚିଠି...ବାରଣାସୀର ରିକ୍ସାଚାଳକଙ୍କ ଝିଅ ବିବାହ ନିମନ୍ତ୍ରଣ ରକ୍ଷା କଲେ ମୋଦି...ଚିଠି ଲେଖି ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି

କନକ ବ୍ୟୁରୋ: ରିକ୍ସା ଚାଳକଙ୍କ ନିମନ୍ତ୍ରଣ ରକ୍ଷା କରି ଶୁଭେଚ୍ଛା ପତ୍ର ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝିଅର ବାହାଘର ପାଇଁ ବାରଣାସୀରେ ରିକ୍ସା ଚଳାଉଥିବା ମଙ୍ଗଳ କେୱଟ ଦିଲ୍ଲୀ ଯାଇ ପିଏମଓ ଅଫିସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କାର୍ଡ଼ ଦେଇଥିଲେ ।

publive-image

ତେବେ ମଙ୍ଗଳ କେୱଟର କାର୍ଡ଼ ପାଇ ପ୍ରଧାନମନ୍ତ୍ରୀ ମୋଦି ନିଜେ ମଙ୍ଗଳଙ୍କ ନିକଟକୁ ଶୁଭକାମନା ବାର୍ତା ପଠାଇଛନ୍ତି । ଚିଠିରେ ମଙ୍ଗଳଙ୍କ ଝିଅ ଏବଂ ଜ୍ୱାଇଁଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ତାଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି କହିଛନ୍ତି ।

publive-image

ମୋଦିଙ୍କ ନିକଟକରୁ ଶୁଭେଚ୍ଛା ପତ୍ର ପାଇ ଖୁବ୍ ଉତ୍ସାହିତ ଅଛନ୍ତି ମଙ୍ଗଳଙ୍କ ପରିବାର ଲୋକ । ମୋଦିଙ୍କ ନିକଟରୁ ଫେବୃଆରୀ ୮ତାରିଖରେ ମୋ ଝିଅ ବାହାଘରର ଶୁଭେଚ୍ଛା ବାର୍ତ୍ତା ଆସିଛି ବୋଲି କହିଛନ୍ତି ମଙ୍ଗଳ । ସେହିପରି ମଙ୍ଗଳଙ୍କ ସ୍ତ୍ରୀ ରେଣୁ ଦେବି ପ୍ରଧାନମନ୍ତ୍ରୀଙ୍କୁ ଦେଖାକରି ତାଙ୍କୁ ତାଙ୍କ ସମସ୍ୟା ବିଷୟରେ ଜଣାଇବାକୁ ଚାହାନ୍ତି ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe