ରିକ୍ସାବାଲାକୁ ପିଏମଓରୁ ଚିଠି…ବାରଣାସୀର ରିକ୍ସାଚାଳକଙ୍କ ଝିଅ ବିବାହ ନିମନ୍ତ୍ରଣ ରକ୍ଷା କଲେ ମୋଦି…ଚିଠି ଲେଖି ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

597

କନକ ବ୍ୟୁରୋ: ରିକ୍ସା ଚାଳକଙ୍କ ନିମନ୍ତ୍ରଣ ରକ୍ଷା କରି ଶୁଭେଚ୍ଛା ପତ୍ର ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝିଅର ବାହାଘର ପାଇଁ ବାରଣାସୀରେ ରିକ୍ସା ଚଳାଉଥିବା ମଙ୍ଗଳ କେୱଟ ଦିଲ୍ଲୀ ଯାଇ ପିଏମଓ ଅଫିସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କାର୍ଡ଼ ଦେଇଥିଲେ ।

ତେବେ ମଙ୍ଗଳ କେୱଟର କାର୍ଡ଼ ପାଇ ପ୍ରଧାନମନ୍ତ୍ରୀ ମୋଦି ନିଜେ ମଙ୍ଗଳଙ୍କ ନିକଟକୁ ଶୁଭକାମନା ବାର୍ତା ପଠାଇଛନ୍ତି । ଚିଠିରେ ମଙ୍ଗଳଙ୍କ ଝିଅ ଏବଂ ଜ୍ୱାଇଁଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ତାଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି କହିଛନ୍ତି ।

ମୋଦିଙ୍କ ନିକଟକରୁ ଶୁଭେଚ୍ଛା ପତ୍ର ପାଇ ଖୁବ୍ ଉତ୍ସାହିତ ଅଛନ୍ତି ମଙ୍ଗଳଙ୍କ ପରିବାର ଲୋକ । ମୋଦିଙ୍କ ନିକଟରୁ ଫେବୃଆରୀ ୮ତାରିଖରେ ମୋ ଝିଅ ବାହାଘରର ଶୁଭେଚ୍ଛା ବାର୍ତ୍ତା ଆସିଛି ବୋଲି କହିଛନ୍ତି ମଙ୍ଗଳ । ସେହିପରି ମଙ୍ଗଳଙ୍କ ସ୍ତ୍ରୀ ରେଣୁ ଦେବି ପ୍ରଧାନମନ୍ତ୍ରୀଙ୍କୁ ଦେଖାକରି ତାଙ୍କୁ ତାଙ୍କ ସମସ୍ୟା ବିଷୟରେ ଜଣାଇବାକୁ ଚାହାନ୍ତି ବୋଲି କହିଛନ୍ତି ।