ବାରାଣାସୀରେ ନାମାଙ୍କନ ପୂର୍ବରୁ ଗଙ୍ଗା ପୂଜା ସହ ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି ! କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅପିଲ୍ ।

121

ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଙ୍ଗା ପୁଜା କରିବାର ଯୋଜନା ରହିଛି । ଶୁକ୍ରବାର ନରେନ୍ଦ୍ର ମୋଦି ସଂସଦୀୟ ସିଟ୍ ଉପରେ ନାମାଙ୍କନକୁ ଅନ୍ତିମ ରୁପ ଦେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବାରାଣାସୀ ପହଂଚିଥିଲେ । ଶାହ ମଧ୍ୟରାତ୍ର ହରହୁଆ ସ୍ଥିତ ଗୋକୁଳଧାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମାଙ୍କନକୁ ଐତିହାସିକ କରିବା ପାଇଁ ସଙ୍ଗଠନ ସହ ମନ୍ଥନ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସମେତ କାଶୀ କ୍ଷେତ୍ରର ସ୍ଥାନୀୟ ସଂଗଠନର ପଦାଧିକାରୀ ମଧ୍ୟ ସାମିଲ ଥିଲେ । ଏଠାରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ କରିବା ପୂର୍ବରୁ ଗଙ୍ଗା ପୂଜା କରିବେ । ଏପ୍ରିଲ୍ ୨୬ ରେ ନାମାଙ୍କନ ହେବ । ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୨୫ ଏପ୍ରିଲ୍ ରେ ମୋଦି ରୋଡ୍ ଶୋ’ କରିବେ ।

କାର୍ଯ୍ୟକ୍ରମ ଅନୁସାରେ ଲଙ୍କା ସ୍ଥିତ ମାଲବୀୟ ପ୍ରତିମାକୁ ପ୍ରଣାମ କରି ରୋଡ୍ ଶୋ’ ଆରମ୍ଭ ହେବ । ଯାହା ଗୋଦୋଲିୟାରେ ସମାପ୍ତ ହେବ । ଏହାପରେ ମୋଦି ବିଶ୍ୱନାଥ ମନ୍ଦିର ଦର୍ଶନ କରି ଗଙ୍ଗା ଆରତୀରେ ସାମିଲ ହେବେ । ଏହି ସମୟରେ ଗଙ୍ଗା ପୂଜା କରି ଆଶୀର୍ବାଦ ନେବେ । ଅମିତ୍ ଶାହ ମୋଦିଙ୍କ ଏହି କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଅପିଲ୍ କରିଛନ୍ତି ।