ଚୀନ୍ ପ୍ରଡ଼କ୍ଟକୁ ନା’ : ଚୀନ୍ ବିରୋଧରେ ବାହାରିଲେ ଭାରତୀୟ ବ୍ୟବସାୟୀ , ଚାଇନା ରେଶମରେ ପ୍ରସ୍ତୁତ ଶାଢୀକୁ ଲଗାଇଲେ ନିଆଁ ।

ଚୀନ୍ ପ୍ରଡ଼କ୍ଟକୁ ନା’ : ଚୀନ୍ ବିରୋଧରେ ବାହାରିଲେ ଭାରତୀୟ ବ୍ୟବସାୟୀ , ଚାଇନା ରେଶମରେ ପ୍ରସ୍ତୁତ ଶାଢୀକୁ ଲଗାଇଲେ ନିଆଁ ।

ଭାରତ ଏବଂ ଚୀନ୍ ସୀମା ମଧ୍ୟଭାଗ ଲଦାଖରେ ହୋଇଥିବା ହିଂସାସଂଘର୍ଷର୍ରେ ଦେଶର ୨୦ ଯବାନ୍ ସହିଦ୍ ହୋଇଗଲେ । ବର୍ତ୍ତମାନ ଏହି ଘଟଣା ପରେ ଦେଶରେ ଚୀନ୍ ବିରୁଦ୍ଧରେ ଲୋକଙ୍କ କ୍ରୋଧ ଦେଖିବାକୁ ମିଳୁଛି । ସଡକରୁ ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ଚାରିଆଡେ “ବୟକଟ୍ ଚାଇନା ପ୍ରଡକ୍ଟ” ର ବହ୍ନି ଜଳୁଛି । ଦେଶର ଅନେକ ସ୍ଥାନରେ ଚୀନ୍ ସାମଗ୍ରୀକୁ ଲୋକେ ବର୍ଜନ କରୁଥିବା ବେଳେ ବାରାଣାସୀରେ ମଧ୍ୟ ଲୋକଙ୍କ ମଧ୍ୟରେ ସମାନ ଆକ୍ରୋଶ ଦେଖିବାକୁ ମିଳିଛି । ଗୁରୁବାର ବାରାଣାସୀର ଶାଢି ବ୍ୟବସାୟୀ ଏବଂ ବୁଣାକାର ଚାଇନା ପ୍ରଡକ୍ଟକୁ ବିରୋଧ କରି ଚୀନ୍ ରେଶମରେ ପ୍ରସ୍ତୁତ ହୋଇଥିବା ଶାଢୀ ଏବଂ ସିଲ୍କରେ ନିଆଁ ଲଗାଇଦେଇଥିଲେ ।

publive-image

ଭବିଷ୍ୟତରେ ଚାଇନା ରେଶମକୁ ବ୍ୟବହାର ନକରିବା ପାଇଁ ବ୍ୟବସାୟୀ ସଂଘ ଶପଥ ନେଇଥିଲେ । ବିରୋଧ ସମୟରେ ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ଫଟୋ, ବୟକଟ୍ ଚାଇନା ପ୍ରଡକ୍ଟର ବ୍ୟାନର୍ ଏବଂ ଚାଇନା ରେଶମକୁ ଜଳାଇଥିଲେ ବିରୋଧକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe