ଶବ ବ୍ୟବଚ୍ଛେଦ ପାଇଁ ବି ଦରକାର ଲାଂଚ : ବାରାଣାସୀ ଟ୍ରାଜେଡିର ଆଉ ଏକ ସତ

28

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ନିର୍ମାଣାଧୀନ ଫ୍ଲାଇଓଭର ଭୁଷୁଡି ପଡିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ପରେ ସରକାର ଦୁର୍ଘଟଣାର ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏବେ ଏକ ଏମିତି ଖୁଲାସା ହୋଇଛି ଯେ, ଯାହାକୁ ବି ଆଶ୍ଚର୍ଯ୍ୟ କରିପାରେ । ଦୁର୍ଘଟଣାରେ ଯେଉଁ ଲୋକଙ୍କ ମୃତ୍ୟୁ ହୋଇଛି ତାଙ୍କର ପୋଷ୍ଟମର୍ଟମ କରାଯାଇଛି, କିନ୍ତୁ ଯେତେବେଳେ ମୃତକଙ୍କ ପରିଜନ ପୋଷ୍ଟମର୍ଟମ କରାଇବା ପାଇଁ ପହଂଚିଲେ, ତେବେ ତାଙ୍କ ଠାରୁ ଲାଂଚ ନିଆଗଲା ।

ଜୋନପୁରର ଜିତେନ୍ଦ୍ର ଯାଦବଙ୍କ ପରିବାରର ୫ ଜଣ ସଦସ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯେତେବେଳେ ଜିତେନ୍ଦ୍ର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସକୁ ପୋଷ୍ଟମର୍ଟମ କରାଇବା ପାଇଁ ପହଂଚିଥିଲେ ଷ୍ଟାଫ ୩୦୦ ଟଙ୍କା ପ୍ରତି ଶବ ହିସାବରେ ଲାଂଚ ନେଲେ । ଜିତେନ୍ଦ୍ର ଯାଦବ ଏହାର ଏକ ଭିଡିଓ ବି ଜାରି କରିଛନ୍ତି । ଏହି ଖୁଲାସା ବିଷୟରେ ଯେତେବେଳେ ୟୁପି ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କୁ ପ୍ରଶ୍ନ କରାଗଲା ସେ କହିଲେ କି ଯେଉଁ ଚତୁର୍ଥ ଶ୍ରେଣୀର କର୍ମଚାରୀ ଲାଂଚ ନେଇଛନ୍ତି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଦୁର୍ଘଟଣା ପରେ ହିଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ବାରାଣାସୀ ଗସ୍ତ କଲେ । ଯୋଗୀ ଆଦିତ୍ୟନାଥ ଏହି ମାମଲାର ଯାଂଚ କରିବା ପାଇଁ ତିନି ସଦସ୍ୟ କମିଟିର ଗଠନ କଲେ ଏବଂ ୪୮ ଘଣ୍ଟାରେ ରିପୋର୍ଟ ଦେବା ପାଇଁ କହିଲେ । ଏହି ମାମଲାରେ ନିଲମ୍ବିତ ଅଫିସର ଚିଫ ପ୍ରୋଜେକ୍ଟ ମୃାନେଜର ଏଚ ସି ତିୱାରୀ, ପ୍ରୋଜେକ୍ଟ ମ୍ୟାନେଜର ରାଜେନ୍ଦ୍ର ସିଂହ, କେ ଆର ସୁଦାନ ଏବଂ ରାଜ୍ୟ ସେତୁ ନିଗମର ଅନ୍ୟ କର୍ମଚାରୀ ଲାଲଚନ୍ଦ ସାମିଲ ଅଛନ୍ତି ।