ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ବାରଣାସୀରୁ ସମାଜବାଦୀ ପାର୍ଟିର ମହାମେଣ୍ଟର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବା ଓ ସେନାରୁ ବରଖାସ୍ତ ହୋଇଥିବା ତେଜ ବାହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ନାକଚ କରିଦେଇଛନ୍ତି ରିଟର୍ଣ୍ଣିଙ୍ଗ ଅଫିସର । ପ୍ରଶାସନ ତେଜ ବାହାଦୁରଙ୍କୁ ଲିଖିତ ରୂପେ ଏହି ସୂଚନା ଦେଇଛନ୍ତି କି, ବିଏସଏଫରୁ ତାଙ୍କୁ କେଉଁ ଅଭିଯୋଗ ଆଧାରରେ ବରଖାସ୍ତ କରାଯାଇଥିଲା । ଏବଂ କୌଣସି ସରକାରୀ ଚାକିରୀରୁ ବରଖାସ୍ତ ହେବା ଅଭିଯୋଗ ଆଧାରରେ ନିର୍ବାଚନ ଲଢ଼ିବା ପାଇଁ ଆୟୋଗକୁ ଏନଓସି ଜରୁରୀ ହୋଇଥାଏ ।
/kanak/media/post_attachments/wp-content/uploads/2019/05/New-Project-5-12-5-92_5-300x187.jpg)
ଗତକାଲି ତେଜ ବାହାଦୁର ଯାଦବ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏନଓସି ଦେଇପାରିଲେନି । ଯାହାପରେ ନିର୍ବାଚନ ଅଧିକାରୀ ତେଜ ବହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ନାକଚ କରିଦେଲେ ଓ ଏବେ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ମହାମେଣ୍ଟର ପ୍ରାର୍ଥୀ ଭାବେ ଶାଳିନୀ ଯାଦବ ନିର୍ବାଚନ ଲଢ଼ିବେ । ତେଜ ବାହାଦୁର ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଲେ କି, ବିନା କୌଣସି କାରଣରେ ତାଙ୍କ ନାମାଙ୍କନ ପତ୍ର ନାକଚ କରାଗଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/modi__shalini_4465567_835x547-m.jpg)