ହାରିବା ପରେ ବି ଚର୍ଚ୍ଚାରେ ଅଜୟ ରାଏ । ବାରଣାସୀରେ ମୋଦୀଙ୍କ ପାଇଁ ପାଲଟିଗଲେ ଚ୍ୟାଲେଞ୍ଜ, ଗତଥର ୫ ଲକ୍ଷର ବ୍ୟବଧାନକୁ ଏଥର କରିଦେଲେ ଦେଢ ଲକ୍ଷ

1,264

କନକ ବ୍ୟୁରୋ : ବାରାଣସୀ ଲୋକସଭା ଆସନରେ ତୃତୀୟଥର ପାଇଁ ଜିତିଛନ୍ତି ନରେନ୍ଦ୍ର ମୋଦୀ । ଏହି ଆସନରେ ପୂର୍ବ ଦୁଇ ପାଳିଠୁ ଅଧିକ ଭୋଟ ବ୍ୟବଧାନରେ ଜିତିବା ନେଇ ବିଜେପି ଓ ମୋଦୀ ଯେଉଁ ଦାବି କରିଥିଲେ ବି ସେସବୁ ଓଲଟାପାଲଟା ହୋଇଛି । କଂଗ୍ରେସ ପ୍ରାର୍ଥୀ ଅଜୟ ରାଏ ହାରିଛନ୍ତି ସତ କିନ୍ତୁ ନିଜ ନାଁରେ ରେକର୍ଡ କରିଛନ୍ତି । ମୋଦୀଙ୍କ ଭୋଟ ବ୍ୟବଧାନ କମ କରି ଚର୍ଚ୍ଚାରେ ଉତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ବାରାଣସୀ ପ୍ରାର୍ଥୀ ଥିବା ଅଜୟ ରାଏ ।

ଏଥରକ ନିର୍ବାଚନରେ….
-ଏକ ଲକ୍ଷ ୫୨ ହଜାର ୫୧୩ ଭୋଟ ବ୍ୟବଧାନ ରହିଛି
-ନରେନ୍ଦ୍ର ମୋଦୀଙ୍କୁ ୬ଲକ୍ଷ ୧୨ହଜାର ୯୭୦ ଭୋଟ ମିଳିଛି
-ଅଜୟ ରାଏଙ୍କୁ ୪ଲକ୍ଷ ୬୦ ହଜାର ୪୯୭ ଭୋଟ ମିଳିଛି
-କମ ଭୋଟ ବ୍ୟବଧାନ ଆଣି ରେକର୍ଡ କରିଛନ୍ତି ଅଜୟ

ନିର୍ବାଚନ ଫଳାଫଳ ଅନୁସାରେ ୩ଥର ଲଗାତାର ହାରିବା ଭିତରେ କଂଗ୍ରେସ ଏଥର କମାଲ କରିଛି । ୧୯୫୨ ନିର୍ବାଚନ ପରେ ଦଳ ପ୍ରଥମ ଥର ପାଇଁ ବିଜେପିଠୁ କମ ଭୋଟ ବ୍ୟବଧାନରେ ହାରିଛି । ୨୦୧୪ରେ ଭୋଟ ବ୍ୟବଧାନ ୩ଲକ୍ଷ ୭୧ହଜାର ଓ ୨୦୧୯ରେ ଭୋଟ ବ୍ୟବଧାନ ୪ଲକ୍ଷ ୭୯ ହଜାର ରହିଥିଲା । ପାଖାପାଖି ୬ଲକ୍ଷ ଭୋଟ ପାଉଥିବା ମୋଦୀ ସାମ୍ନାରେ ବଡ ଚ୍ୟାଲେଂଜ ସାବ୍ୟସ୍ତ ହୋଇ ଅଜୟ ରାଏ ଏଥରକ ଭୋଟ ବ୍ୟବଧାନକୁ ଦେଢ ଲକ୍ଷରେ ପହଁଚାଇପାରିଛନ୍ତି

ଯଦିଓ ଅଜୟ ରାଏ ହାରିଛନ୍ତି କିନ୍ତୁ ହାରଜିତ ଖେଳରେ ଭୋଟ ବ୍ୟବଧାନ କମ କରିବାରେ ସଫଳ ହେବା କିଛି କମ କଥା ନୁହେଁ । ଯେଉଁଠି ବିଜେପି ଧନ,ବଳ,ବୁଦ୍ଧି,ଦକ୍ଷତ.ପ୍ରୟୋଗ କରି ଅଧିକରୁ ଅଧିକ ଭୋଟ ବ୍ୟବଧାନ ପାଇଁ ଚେଷ୍ଟା କରିଥିଲା , ତାକୁ ରୋକିବାରେ ସଫଳ ହୋଇଛି କଂଗ୍ରେସ । ବାରାଣସୀର ସବୁବର୍ଗର ଭୋଟ ପାଇବାରେ ସଫଳ ହୋଇଛି । ୧୯୫୨ରୁ ୨୦୧୪ ଭିତରେ ମୋଟ ୧୭ଥର ନିର୍ବାଚନ ହୋଇଛି । ବାରାଣସୀରେ ଆସନରେ ୭ଥର କଂଗ୍ରେସ ଓ ୮ଥର ବିଜେପି ଜିତିଛି ।