ଉତ୍ତର ପ୍ରଦେଶର ବାରାଣସୀରେ କାଶୀ ବିଶ୍ୱନାଥ କରିଡରରେ ଚାଲୁଥିବା ନିର୍ମାଣ ସମୟରେ ଶହ ଶହ ଶିବଲିଙ୍ଗ ନଳା ପାଖରେ ଫିଙ୍ଗି ଦିଆଯାଇଥିବା ନଜରକୁ ଆସିଛି । ଏ ସଂପର୍କରେ ଖବର ପ୍ରସାରିତ ହେବାମାତ୍ରେ ସ୍ଥାନୀୟ ଲୋକେ ସେଠାରେ ଏକତ୍ରିତ ହୋଇଥିଲେ। ସେହି ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ ଓ ତାହାକୁ ଭାଇରାଲ୍ କରାଯାଇଥିଲା। ଏହାପରେ ସମାଜବାଦୀ ପାର୍ଟି, କଂଗ୍ରେସ ସମେତ ଅନ୍ୟ କେତେକ ରାଜନୈତିକ ଦଳଙ୍କ ବ୍ୟତୀତ ଧାର୍ମିକ ସଂଗଠନମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତିି।

Advertisment

publive-image

ଏହି ଖବର ପାଇବାମାତ୍ରେ ସିଟି ଏଡିଏମ୍ ବିଜୟ ସିଂହ ଓ ଏସପି ଦିନେଶ ସିଂହ ପୁଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତତକ୍ଷଣାତ୍ ଉକ୍ତ ଶିବଲିଙ୍ଗଗୁଡିକୁ ସେଠାରୁ ଦୂରେଇ ଦିଆଯାଇଥିଲା। ଅପରପକ୍ଷରେ ମନ୍ଦିର ବଞ୍ଚାଅ ଆନ୍ଦୋଳନ ସଂଯୋଜକ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ ଏହି ସରକାର ବିଶ୍ୱନାଥ କରିଡର୍ ପାଇଁ ପୁରାତନ ମନ୍ଦିରଗୁଡିକ ଭାଙ୍ଗିବା କାମ କରୁଛନ୍ତି। ଏହା ଏକ ଧାର୍ମିକ ମାମଲା। ମନ୍ଦିରକୁ ଭାଙ୍ଗିବା ଓ ବିଗ୍ରହକୁ ନଷ୍ଟ କରିବା ଜଘନ୍ୟ ଅପରାଧ ଅଟେ। ଏଥିପାଇଁ କାହାକୁ ବି କ୍ଷମା କରାଯାଇ ନ ପାରେ। ଏହି କରିଡର ର ନିର୍ମାଣ ଲାଗି ୪୧୩ କୋଟି ଟଙ୍କା ଖର୍ଚ୍ଚ ହେଉଛି।