୧୭ ସେପ୍ଟେମ୍ବରରେ ମୋଦି ପାଳନ କରିବେ ନିଜର ୬୮ତମ ଜନ୍ମ ଦିବସ । ପ୍ରଥମଥର କାଶୀରେ ୫ ହଜାର ଛୋଟ ପିଲାଙ୍କ ସହ ଦେଖିବେ ଚଳଚ୍ଚିତ୍ର

29

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ସେପ୍ଟେମ୍ବରରେ ୬୮ ବର୍ଷପେ ପାଦ ଥାପିବେ । ତେବେ ତାଙ୍କର ଜନ୍ମଦିନ ପାଳନ ପାଇଁ କାଶୀରେ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଛି । ତେବେ ମୋଦି ସେଠାକାର ସ୍ଥାନୀୟ ବାସିନ୍ଦାମାନଙ୍କ ମଧ୍ୟ କିଛି ପୁରଷ୍କାର ଦେଉଥିବା ସୂଚନା ମିଳିଛି । ଏହାସହ ଜନ୍ମଦିନ ଦିନ ମୋଦି କାଶୀବିଶ୍ୱନାଥଙ୍କ ଦର୍ଶନ କରିବା ସହ ଛୋଟ ଛୋଟ ପିଲାମାନଙ୍କ ସହ ଫିଲ୍ମ ଦେଖିବେ ବୋଲି ଜଣାପଡିଛି । ମୋଦିଙ୍କ ଗସ୍ତ ଥିବାରୁ ସେଠାକାର ସ୍ଥାନୀୟ ପୋଲସ ମଧ୍ୟ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବିଜେପିର ନେତାମାନେ ମଧ୍ୟ ସେଠାରେ ମୋଦିଙ୍କ ଜନ୍ମ ଦିନ ପାଳନ କରିବେ । ଏପରି ଯୋଜନା ହୋଇଥିବା ଖବର ସ୍ଥାନୀୟ ପୋଲିସଙ୍କୁ ମିଳିବା ପରେ ଯେପରି ସୁରକ୍ଷାରେ କୈାଣସି ତ୍ରୁଟି ନହୁଏ ସେଥିପାଇଁ ପୋଲିସ ମଧ୍ୟ ପୁରା ସଜାଗ ହୋଇ ରହିଥିବା ଜଣାପଡିଛି ।

 

 ପ୍ରଥମେ ଭଗବାନ କାଶୀଙ୍କ ଦର୍ଶନ ସାରିବା ପରେ ସ୍ଥାନୀୟ ଅଚଂଳର ପାଖାପାଖି ୫ ହଜାର ପିଲାଙ୍କ ସହ ଫିଲ୍ନ ଦେଖିବେ ମୋଦି । ସୁରକ୍ଷାକୁ ନଜରରେ ରଖି ମୋଦି ପିଲାମାନଙ୍କ ସହ କେଉଁଠାରେ ଫିଲ୍ମ ଦେଖିବେ ତାହା ସର୍ବସାଧାରଣ ଲୋକମାନଙ୍କ ପାଇଁ ସୂଚନା ଦିଆଯାଇନାହିଁ । କେବଳ ଏତିକି ନୁହେଁ ସେଠାରେ ଏକ ୪ ଲାଇନ ବିଶିଷ୍ଟ ରାସ୍ତାର ଉଦଘାଟନ ମଧ୍ୟ କରିବେ । ତେବେ ମୋଦି କାଶୀରେ କେତେବେଳେ ପହଚିଂବେ ତାହାର ସମୟ ନିର୍ଦ୍ଧାରଣ ହୋଇନଥିଲେ ମଧ୍ୟ ସକାଳେ ହିଁ ମୋଦି ପହଚିଂବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି । ମୋଦି ପ୍ରଥମଥର ପାଇଁ ନିଜର ଜନ୍ମଦିନରେ କୁନି କୁନି ପିଲାମାନଙ୍କ ସହ ଫିଲ୍ମ ଦେଖିବାର କାର୍ଯ୍ୟକ୍ରମ ରହିଛି । ମିଳିଥିବା ସୂଚନା ଅନୁସାରେ ମୋଦିଙ୍କ ସହ ଅନେକ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ମୋଦିଙ୍କ ସହ ବାରାଣାସୀ ଯିବେ ବୋଲି ଜଣାପଡିଛି ।