ପ୍ରତିଦିନ ଅଧ-କିଲୋ ବାଲି ଖାଆନ୍ତି ୭୫ ବର୍ଷିୟା ଏହି ବୃଦ୍ଧା । ଏହାପଛରେ ଲୁଚିରହିଛି ବଡ ରହସ୍ୟ

143

କନକ ବ୍ୟୁରୋ : କୁଶୁମାବତୀ ଦେବୀ, ବୟସ ୭୫ ଛୁଇଁଲାଣି । କିନ୍ତୁ ତାଙ୍କର ପ୍ରତିଭା ଆଜି ତାଙ୍କୁ ଚର୍ଚ୍ଚା ପରିସରକୁ ନେଇଆସିଛି । ଯେତେବେଳେ କୁଶୁମାବତୀ ୧୮ ବର୍ଷର ହୋଇଥିଲେ ସେବେଠାରୁ ବାଲି ଖାଇବା ଆରମ୍ଭ କରିଥିଲେ । ଶୁକୁମାବତୀ ବାଲି ଖାଇବା ପଛରେ ଏକ ବଡ ରାଜ ରହିଛି ।
ସକାଳ ହେଲେ ବ୍ରେକଫାଷ୍ଟ କରିବାକୁ ବୁଲିଯାଇପାରନ୍ତି ଶୁକୁମାବତୀ କିନ୍ତୁ ବାଲି ଖାଇବାକୁ କେବେ ବି ଭୁଲନ୍ତି ନାହିଁ । ସେ ଦାଣ୍ଡର ବାଲି କି ରାସ୍ତା କଡରୁ ତୋଳିଆଣି ବାଲି ଖାଆନ୍ତି ନାହିଁ ପ୍ରତିଦିନ ତାଙ୍କ ପାଇଁ ଗଙ୍ଗା ନଦୀରୁ ବାଲି ଆସିଥାଏ । କୁଶୁମାବତୀ ଏକ ଫାର୍ମ ଚଲାନ୍ତି, ବିଲ ନିକଟରେ ଏକ ଘର କରି ସେଠାରେ ଏକା ରୁହନ୍ତି । ତାଙ୍କର ଦୁଇ ପୁଅ ତିନି ନାତି ଥାଇ ବି ସେ ଘରକୁ ଯାଆନ୍ତିନାହିଁ । ତାଙ୍କର ଜିଦି ପାଇଁ ସେ ଘରଠୁ ବାହାରେ ରୁହନ୍ତି । ଗାଁ ଲୋକେ କୁହନ୍ତି ସେ ଦୀର୍ଘ ବର୍ଷ ହେବ ବାଲି ଖାଇ ଆସୁଛନ୍ତି । ପାଖାପାଖି ୪୦ରୁ ୫୦ ବର୍ଷ ହେବ କୁଶୁମାବତୀ ଦେବୀ ଦିନକୁ ତିନିଥର ବାଲି ଖାଇଆସୁଛନ୍ତି । ଆଉ ଅଧ କେଜିରୁ ଅଧିକ ବାଲି ଖାଇଯାଆନ୍ତି । ଯେଉଁଥିପାଇଁ ସେ ସାରା ଅଞ୍ଚଳରେ ପରିଚିତ ହୋଇଛନ୍ତି ।
ତେହେ ଏହା ଫଛରେ ରାଜ ହେଉଛି, ପିଲାଦିନରୁ ଏକ ବୈଦଙ୍କ କଥାରେ ଆସି ବାଲି ଖାଇବା ଆରମ୍ଭ କରିଥିଲେ । ପିଲାଦିନେ ଜଣେ ବୈଦ କହିଥିଲେ ଆରୋଗ୍ୟ ରହିବା ପାଇଁ ବାଲି ଖାଇବା ପାଇଁ । ଆଉ ସେବେଠାରୁ କୁଶୁମାବତୀ ବାଲି ଖାଇଆସୁଛନ୍ତି