କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା କରାଯିବା ସହ ନିର୍ବାଚନ ବାତିଲ ହୋଇଛି । ସାଇନ-ଏ-ଡାଏ ଘୋଷଣ ପରେ ଉତ୍ୟକ୍ତ ଛାତ୍ରମାନେ ଭିସି ଅଫିସରେ ଭଙ୍ଗାରୁଜା କରିଛନ୍ତି । ଟାୟାର ଜାଳି ଉତ୍ୟକ୍ତ ଛାତ୍ର ବିକ୍ଷୋଭ କରିଛନ୍ତି । ନିର୍ବାଚନ କାହିଁକି ବନ୍ଦ ହେଲ ସେ ନେଇ ପ୍ରଶ୍ନ କରିଛି ଛାତ୍ର ସଂଘ । ଆଜି ସଂନ୍ଧ୍ୟା ୬ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ବିଶ୍ୱବିଦ୍ୟାଳୟରେ ବୋମାମାଡ଼ ନେଇ ଉତ୍ତେଜନା ଦେଖାଦେଇଥିଲା । ଗତକାଲି ମାତ୍ର ୬ଘଂଟା ଭିତରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍ଥାନରେ ୧୨ଟି ବୋମାମାଡ଼ ହୋଇଥିଲା । ସାଢେ ୪ଟାରେ ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ୫ ନମ୍ବର ମହିଳା ହଷ୍ଟେଲ ଉପରକୁ ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ ।
ସେପଟେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟରେ ୧୪୪ ଧାରା ଜାରି କରାଯିବା ସହ ଚାରି ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି । ପରିସରରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି ।
ସୂଚନା ମୁତାବକ, ଗତକାଲି ବିଶ୍ୱବିଦ୍ୟାଳୟରେ ବୋମାମାଡ଼ ନେଇ ଉତ୍ତେଜନା ଦେଖାଦେଇଥିଲା । ଗତକାଲି ଗୋଦାବରିଶ ହଷ୍ଟେଲ ନିକଟରେ ବୋମାମାଡ଼ ହୋଇଥିଲା । ଅପରାହ୍ନ ପ୍ରାୟ ସାଢେ ୪ଟାରେ ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ୫ ନମ୍ବର ମହିଳା ହଷ୍ଟେଲ ଉପରକୁ ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ । ସେପଟେ ଏହାକୁ କେନ୍ଦ୍ରକରି କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟରେ ୧୪୪ ଧାରା ଜାରି କରାଯାଇଥିଲା ।
ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ ୧ ନମ୍ବର ଗେଟ ନିକଟରେ କିଛି ପ୍ରତିବାଦକାରୀ ଛାତ୍ର ଗୋଷ୍ଠୀ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା । ବାଣୀବିହାରରେ କ୍ୟାମ୍ପସରେ ପଶି କିଛି ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସର ନିସ୍କ୍ରିୟତାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲା ଛାତ୍ର କଂଗ୍ରେସ ଓ ଏବିଭିପି ସମର୍ଥୀତ ଛାତ୍ର ଗୋଷ୍ଠୀ । ଏହାକୁ ନେଇ ଉତ୍ତେଜନା ଭିତରେ କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/Screen-shot-2017-09-18-at-11.59.24-AM.png)