କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା । ଗତକାଲି ପ୍ରାର୍ଥୀପତ୍ର ଦାଖଲ ପରେ ଆରମ୍ଭ ହୋଇଛି ରାଜନୈତିକ ଛକାପଂଝା । ହେଉଥିବା ଚର୍ଚ୍ଚା ଅନୁସାରେ ଛାତ୍ର ନେତାଙ୍କ ପଛରେ ରହି ଗୋଟି ଚାଳନା କରୁଛନ୍ତି ରାଜନୈତିକ ଦଳର ନେତା ।
ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ କ୍ୟାମ୍ପସ ଭିତରେ ପଶି ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ କ୍ୟାମ୍ପସ ଭିତରେ ବିସିଜେଡି ଆତଙ୍କ ଖେଳାଉଥିବା ଏବିଭିପି ଓ ଛାତ୍ର କଂଗ୍ରେସ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ କ୍ୟାମ୍ପସ ଭିତରେ ରହି ଅଣଛାତ୍ରମାନେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ ଆଣିଛି ବିଜୁ ଛାତ୍ର ଜନତା ଦଳ । ଏହାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବା ବେଳେ
ଶାନ୍ତି ରକ୍ଷା ପାଇଁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏପଟେ ଭୟରେ କେତେକ ଛାତ୍ରଛାତ୍ରୀ ହଷ୍ଟେଲ ଛାଡୁଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/VANIBIHAR_TENSION_.jpg)