ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସେକ୍ସ ଆଡ୍ଡା ଉପରେ ସହିଦନଗର ପୁଲିସର ଅଚାନକ ଚଢଉ । ଦେହ ବ୍ୟବସାୟ ନେଇ ଖବର ପାଇ ଆଜି ସକାଳୁ ବାଣୀବିହାର ବସ୍ତିରେ ଅତର୍କିତ ଚଢଉ କରିଥିଲା ପୁଲିସ । ଏହି ସମୟରେ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ । ଏହାସହ ବହୁ ଆପତି ଜନକ ସାମଗ୍ରୀ ଜବତ କରିବା ସହ ବସ୍ତିରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ପୁଲିସ ଉପସ୍ଥିତିରେ ସ୍ଥାନୀୟ ଲୋକେ ବସ୍ତିର ଭଙ୍ଗାରୁଜା କରିଛନ୍ତି । ପୂର୍ବରୁ ଅନେକ ସମୟରେ ଏହି ବସ୍ତିରେ ପୁଲିସ ଚଢଉ କରିଛି ।
ବାଣୀବିହାର ବସ୍ତିର ସେକ୍ସ ଆଡ୍ଡା ଉପରେ ପୁଲିସର ଅତର୍କିତ ଚଢଉ
/kanak/media/post_attachments/wp-content/uploads/2016/05/Screen-shot-2016-05-28-at-1.07.54-PM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)