କେବେ ଭାରତର ସେନାଧ୍ୟକ୍ଷ ରହିଥିବା ସେମ୍ ମାନେକଶା କହିଥିଲେ , ଯଦି କୌଣସି ବ୍ୟକ୍ତି କହେ ମୃତ୍ୟୁକୁ ଦେଖି ଭୟ ଲାଗେ ନାହିଁ ତେବେ ସେ ଜଣେ ମିଛୁଆ ହୋଇଥିବ ନଚେତ୍ ଜଣେ “ଗୋରଖା” ହୋଇଥିବ । ହିମାଳୟର କୋଳରେ ମୃତ୍ୟୁର ଚାଦର ବିଛାଇ ‘ଜୟ ମା’ କାଳୀ,ଆୟୋ ଗୋରଖାଲୀ’ ର ନାରା ଲଗାଉଥିବା ଗୋରଖା ଯବାନ ଯେତେବେଳେ ଶତ୍ରୁ ଆଗରେ ଖୁଖରୀ (ଗୋରଖା ଅସ୍ତ୍ର)ଧରି ଠିଆହୁଏ ସେତେବେଳେ ଶତ୍ରୁ ମଧ୍ୟ ଯବାନ ଆଗରେ ନତମସ୍ତକ ହୋଇ ରଣକ୍ଷେତ୍ରରୁ ପଛଘୁଞ୍ଚା ଦିଏ ।

Advertisment

publive-image

ଯାହାଙ୍କ ବୀରତାର ଗାଥା ଯୁଗ ଯୁଗକୁ ସମସ୍ତଙ୍କ ମନରେ ଥିବ । ଗୋରଖା ରେଜିମେଣ୍ଟ୍ ସମୟରେ ଇଂରେଜ ହିଟଲର୍ ଙ୍କ ସହ ମୁହାଁମୁହିଁ ହେବାକୁ ଚେଷ୍ଟା କରିଥିଲେ । ସେତେବେଳେ ଏହି ରେଜିମେଣ୍ଟ୍ ଏତେ ପ୍ରଭାବଶାଳୀ ହେଲା ଯେ ହିଟଲର୍ ମଧ୍ୟ ନିଜ ସେନାରେ ଗୋରଖା ରେଜିମେଣ୍ଟ୍ କୁ ଭର୍ତ୍ତି କରି ଦୁନିଆ ଜିତିବାକୁ ଚାହୁଁଥିଲେ । ନିଜ ଦେଶ ଏବଂ ମାଟି ପାଇଁ ଜୀବନ ଦେବାକୁ ପଛଘୁଞ୍ଚା ନଦେବା ଏହି ବୀର ଯବାନ ହାତରେ ଖୁଖରୀ ଧରିଥିଲେ ମୃତ୍ୟୁକୁ ମଧ୍ୟ ମାତ୍ ଦେବା ଭଳି ଶକ୍ତି ରଖିଥାନ୍ତି । ଧାରୁଆ ଖୁଖରୀ ଗୋରଖାଙ୍କ ଜୀବନର ଅଭିଚ୍ଛେଦ୍ୟ ଅଙ୍ଗ । ଅନ୍ତିମ ସମୟ ପର୍ଯ୍ୟନ୍ତ ଜଣେ ଗୋରଖା ଯବାନ ଖୁଖରୀକୁ ନିଜ ପାଖରୁ ଦୂରେଇ ନଥାଏ । ଦେଶରେ ଯେତେବେଳେ ସମସ୍ୟାର ଜୁଆର ଉଠେ ଗୋରଖା ଯବାନ ସବୁବେଳେ ସମସ୍ୟା ଆଗରେ ଢାଲ ଭଳି ଠିଆହୋଇଥାନ୍ତି । ସଚ୍ଚୋଟତା ଏବଂ କଠୋରତାର ଅଜବ ମେଳ ଦେଖାଯାଏ ଗୋରଖାଙ୍କ ପାଖରେ ।

publive-image

ନେପାଳରେ ହିମାଳୟ ପାଖାପାଖି ଏକ ଜିଲ୍ଲା ରହିଛି ଯାହାର ନାଁ ଗୋରଖା । ନିଜର ବଳୁଆ ଯୋଦ୍ଧାଙ୍କ ପାଇଁ ଏହି ସ୍ଥାନ ଖୁବ୍ ପ୍ରସିଦ୍ଧ । କୁହାଯାଏ , ଏଠାକାର ମା’ ମାନେ ଛୁଆକୁ ନୁହଁ ଗୋଟିଏ ଗୋଟିଏ ସିଂହକୁ ଜନ୍ମ ଦିଅନ୍ତି । ଜଣେ ଗୋରଖାର କୌଣସି ଜାତି ନଥାଏ । ପାହାଡରେ ରହୁଥିବା ସୁନବାର,କୁରୁଙ୍ଗ,ରାୟ,ମାଗର ଏବଂ ଲିମ୍ବୁ ଜାତିରେ ତାଙ୍କୁ ଭର୍ତ୍ତି କରାଯାଏ । ଗୋରଖାରେ ଶିଶୁ ଜନ୍ମ ହେବା ପରଠାରୁ ହିଁ ଗାଁରେ ଉତ୍ସବର ମାହୋଲ୍ ସୃଷ୍ଟି ହୋଇଥାଏ । ପିଲାଟି ବେଳରୁ ହିଁ ଯାହାଙ୍କୁ “ଭୀରୁତାରୁ ଶ୍ରେଷ୍ଠ ମୃତ୍ୟୁକୁ ଆଲିଙ୍ଗନ କରିବା” ଶିକ୍ଷା ଦିଆଯାଇଥାଏ । କୁହାଯାଏ ଯେତେବେଳ ପର୍ଯ୍ୟନ୍ତ ଜଣେ ଗୋରଖା ଚୁପ୍ ଥାଏ ପରିବେଶ ଶାନ୍ତ ରହେ କିନ୍ତୁ ଥରେ ଗୋରଖା ଖୁଖରୀ ଉଠାଇଲେ ରକ୍ତ ନ ବୁହାଇବା ପର୍ଯ୍ୟନ୍ତ ତା ମନ ମାନେ ନାହିଁ । ଭାରତୀୟ ସେନାରେ ୧୮୧୫ ମସିହାରେ ଜଡିତ ହୋଇଥିôବା ଗୋରଖା ପଲଟନ୍ ବିଶ୍ୱର ସବୁଠାରୁ ବୀର ପଲଟନ୍ ଭାବେ ଖ୍ୟାତ । ନେପାଳରେ ରହୁଥିବା ଗୋରଖାଲୀ ଅଷ୍ଟମ ଶତାବ୍ଦୀରେ ହିନ୍ଦୁ ଯୋଦ୍ଧା ସନ୍ଥ ଶ୍ରୀ ଗୁରୁ ଗୋରଖନାଥଙ୍କ ଠାରୁ ଏହି ନାଁ ପ୍ରାପ୍ତ କରିଥିଲେ । ୧୮୧୪-୧୬ ଯୁଦ୍ଧରେ ଗୋରକା ସେନାଙ୍କ ବାହାଦୁରୀରେ ବ୍ରିିଟିଶ୍ ଏତେ ଖୁସି ହୋଇଥିଲା ଯେ ଏହି ସେନାକୁ ବ୍ରିଟିଶ୍ ଭାରତୀୟ ସେନା ସହ ଯୋଡି ଦେଇଥିଲେ । ନେପାଳ ଆର୍ମି , ଭାରତୀୟ ଆର୍ମି ଏବଂ ବ୍ରିଟିଶ୍ ଆର୍ମିକୁ ଗୋରଖା ବ୍ରିଗେଡ୍ ନିଜ ସେବା ଯୋଗାଇଦିଏ ।

publive-image

ନିଜ ବୀରତା କାରଣରୁ ଗୋରଖା ପଲଟନ୍ ଅନେକ ଯୁଦ୍ଧ ଜିତିଥିଲେ । ଯଥା-୧୯୪୭ -୪୮ ଉରି ସେକ୍ଟର , ୧୯୬୨ ଲଦାଖ , ୧୯୬୫ ଏବଂ ୧୯୭୧ ଜମ୍ମୁ ଏବଂ କାଶ୍ମୀର । ଶ୍ରୀଲଙ୍କା ପଠାଯାଇଥିôବା ଶାନ୍ତି ଫୋର୍ସରେ ଗୋରଖା ପଲଟନ୍ ସାମିଲ୍ ଥିଲେ । ଗୋରଖା ପଲଟନ୍ ଙ୍କ ପାଇଁ ଅଫିସରଙ୍କୁ ମଧ୍ୟ ଗୋରଖା ଭାଷା ଶିଖିବାକୁ ପଡେ । ବ୍ରିଟିଶ୍ ଏବଂ ଭାରତୀୟ ଅଫିସରଙ୍କ ପାଇଁ ଏହା ନିହାତି ଜରୁରୀ କାରଣ ଗୋରଖା ସୈନ୍ୟଙ୍କ ସହ ସେ ତାଙ୍କ ଭାଷାରେ ହିଁ କଥା ହୋଇପାରିବେ । ଗୋରଖା ପଲଟନ୍ ଙ୍କ ନିୟମ ଅନୁସାରେ ଦଶହରା ସମୟରେ ସେଠାରେ ମଇଁଷିର ବଳି ଚଢାଯାଏ ଏବଂ ୟୁନିଟ୍ ର ସବୁଠାରୁ ଯବାନ ସୈନିକକୁ ଏହି ଅବସର ମିଳିିଥାଏ । ପୂର୍ବ ଆର୍ମି ମୁଖ୍ୟ ଜେନେରାଲ୍ ଦଲବୀର ସିଂହ ମଧ୍ୟ ଗୋରଖା ରାଇଫଲ୍ସରୁ ହିଁ ଆସିଛନ୍ତି । ଭାରତୀୟ ସ୍ଥଳସେନା ଗୋରଖା ରେଜିମେଣ୍ଟ୍ କୁ ଲଢୁଆ ଯବାନ ବୋଲି ମାନିଥାଏ । ଯେଉଁଥିପାଇଁ ଗୋରଖା ଯବାନଙ୍କୁ ଅନେକ ସୁବିଧା ମଧ୍ୟ ଦିଆଯାଇଛି । ଗୋରଖା ରେଜିମେଣ୍ଟ୍ କୁ ଏହି ଯୁଦ୍ଧ ପାଇଁ ଅନେକ ପଦକ ଏବଂ ସମ୍ମାନରେ ମଧ୍ୟ ଅଳଙ୍କୃତ କରାଯାଇଛି । ଯେଉଁଥିରେ ମହାବୀର ଚକ୍ର , ପରମବୀର ଚକ୍ର ମଧ୍ୟ ସାମିଲ ରହିଛି ।