୧୪ ମିନିଟରେ ଚମକିଲା ବନ୍ଦେ ଭାରତ ଏକ୍ସପ୍ରେସ : ଜାପାନ ଷ୍ଟାଇଲରେ ଭାରତରେ ଏକ୍ସପ୍ରେସ ଟ୍ରେନର ସଫେଇ

3,193

କନକ ବ୍ୟୁରୋ : ୧୪ ମିନିଟର ଚମତ୍କାରିତା । ୧୪ ମିନିଟରେ ସଫା ହୋଇଯିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଜି ଏହି ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଓ ଶିରିଡି ସମେତ ୨୯ଟି ସ୍ଥାନରେ ଏହି ଯୋଜନା ଲାଗୁ କରାଯାଇଛି । ଜାପାନରେ ୭ ମିନିଟରେ ସଫା ହେଉଛି ବୁଲେଟ୍ ଟ୍ରେନ୍ ।

ଏହା ପରେ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଉଛି ଜାପାନର ବୁଲେଟ୍ ଟ୍ରେନ୍ । ଏହି ପଦ୍ଧତି ଆପଣାଇଛି ଭାରତ । ପୂର୍ବରୁ ବନ୍ଦେ ଭାରତ ସଫା ହୋଇ ପରବର୍ତ୍ତୀ ଯାତ୍ରା ପାଇଁ ୪୫ ମିନିଟ୍ ଲାଗୁଥିଲା । ଏବେ ୧୪ ମିନିଟରେ ମିରାକେଲ୍ ଦେଖିବାକୁ ମିଳିବ । ପ୍ରତି ବଗିରେ ୩ ଜଣ ଲେଖାଏଁ ପ୍ରଶିକ୍ଷିତ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।