କନକ ବ୍ୟୁରୋ : ଭାରତର ସେମି ବୁଲେଟ ଟ୍ରେନ କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଏବେ ମାତ୍ର ୧୪ ମିନିଟରେ ପରିଷ୍କାର ହୋଇ ପ୍ରସ୍ତୁତ ହୋଇଯିବ । ରବିବାରଠାରୁ ଏହି ଯୋଜନା ପ୍ରାରମ୍ଭିକ ଭାବେ ପୁରୀ ସମେତ ୨୯ଟି ସ୍ଥାନରେ ଆରମ୍ଭ ହୋଇଛି । ଏହାକୁ ‘୧୪ ମିନିଟ ମିରାକଲ’ ବୋଲି କୁହାଯାଇଛି । ସୂଚନା ଅନୁସାରେ
-ପ୍ରତି ବଗିରେ ୩ ଜଣ ଲେଖାଁଏ ସଫେଇ କର୍ମଚାରୀ ରହିବେ ।
-ତଳେ ରହିବେ ଦୁଇଜଣ ସହାୟକ
-୧୪ ମିନିଟରେ ଟ୍ରେନକୁ ସଫା କରିବା ସହ ରେଡି କରାଇବେ
-ପୂର୍ବରୁ ଏଥିପାଇଁ ୪୦ରୁ ୫୦ ମିନିଟ ଲାଗୁଥିଲା
-ଏବେ ଏହା ୧୪ ମିନିଟରେ ହୋଇପାରିବ
ପୂର୍ବତଟ ରେଳବାଇ ପକ୍ଷରୁ ପୁରୀରେ ଏହି ମିରାକଲ କ୍ଲିନିଂ ଟିମର ନେତୃତ୍ୱ ନେଇଥିଲେ ଡିଭିଜିନାଲ ରେଳବାଇ ମ୍ୟାନେଜର ଏଚ.ଏସ. ବଜୱା

Kanak News is now on WhatsApp
Join and get latest news updates delivered to you via WhatsApp
ଷ୍ଟେସନରେ ଯାତ୍ରୀମାନେ ଓହ୍ଲାଇ ସାରିବା ପରେ ପ୍ରଶିକ୍ଷିତ ସଫେଇ କର୍ମଚାରୀ ଏହି ସଫେଇ କାମ କରିବା ଫଳରେ ଖୁବ୍ କମ ସମୟ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ସଫେଇ ହୋଇପାରୁଛି । ଯାତ୍ରୀଙ୍କ ମତାମତ ନେଇ ଏହାକୁ ଆହୁରି ଭଲ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ହାତରେ ବାଲଟି , ୱାଇପର, କ୍ଲିନର ଧରି ଫଟାଫଟ ଅର୍ଥାତ ଚମକ୍ରାର ଭାବରେ ଟ୍ରେନକୁ ଚିକ୍କଣ ଓ ପରିଷ୍କାର କରିପାରୁଛନ୍ତି ସଫେଇ କର୍ମଚାରୀ ।
ପୂର୍ବରୁ ଜାପାନରେ ‘୭ ମିନିଟ ମିରାକଲ’ କାମ କରୁଛି । ଏହି ଯୋଜନାରେ ଜାପାନର ବୁଲେଟ ଟ୍ରେନ ମାତ୍ର ୭ ମିନିଟରେ ସଫା ହୋଇ ପ୍ରସ୍ତୁତ ହେଉଛି । ଏବେ ଏହି ଢାଂଚାରେ ଆଗକୁ ଭାରତରେ ‘୧୪ ମିନିଟ ମିରାକଲ’ କାମ କରିବ ବୋଲି ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।