ବରଗଡ ଥାନା ଭିତରେ ଭଙ୍ଗାରୁଜା । କମ୍ପ୍ୟୁଟର ଓ ଆସବାବପତ୍ର ଭାଙ୍ଗିଲେ ଉତ୍ୟକ୍ତ ଲୋକେ । ୧୫ ମିନିଟ୍ ଧରି ଚାଲିଲା ଆତଙ୍କରାଜ
କନକ ବ୍ୟୁରୋ: ଥାନା ଭିତରେ ବ୍ୟାପକ ଭଙ୍ଗାରୁଜା । ଭଙ୍ଗାରୁଜା କରିଛନ୍ତି ୨୫ରୁ ୩୦ ଜଣ ଯୁବକ । ଏଭଳି ଉତେଜନା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ । ଅମ୍ବାଭୋନା ବ୍ଲକ ତାମଦେଇକୁ ବଣଭୋଜି ପାଇଁ ଯାଇଥିଲେ କିଛି ଯୁବକ । ତେବେ ପୋଲିସ ଘଟଣାସ୍ଥଳକୁ ଯାଇ ଚଢ଼ାଉ କରିଥିଲା । ଯେଉଁଥିରେ ଉତକ୍ଷୀପ୍ତ ହେଇ ଉତ୍ୟକ୍ତ ଯୁବକମାନେ ଅମ୍ବାଭୋନା ଥାନାରେ ବ୍ୟାପକ ଉତେଜନା ଘଟାଇଥିଲେ । ଥାନାର ସମସ୍ତ କାଚ, ଆସବାବପତ୍ର, କମ୍ପ୍ୟୁଟରକୁ ଭାଙ୍ଗି ଫେରାର ହୋଇଯାଇଛନ୍ତି ଉତ୍ୟକ୍ତ ଯୁବକ । ବରଗଡ଼ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।