ବଡମ୍ବା ବ୍ଲକର ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଭଙ୍ଗାରୁଜା । କାମ ପାଇଁ ଟଙ୍କା ମାଗିବା ଘଟଣାକୁ ନେଇ ଭଙ୍ଗାରୁଜା କଲେ ହିତାଧିକାରୀ

55

କନକ ବ୍ୟୁରୋ: କଟକ ଜିଲ୍ଲା ବଡମ୍ବା ବ୍ଲକର ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଭଙ୍ଗାରୁଜା । ଦୀର୍ଘ ମାସ ହେବ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ବନ୍ଦ ଥିବାରୁ ହିତାଧିକାରୀ ଭଙ୍ଗାରୁଜା କରିଛନ୍ତି । ବଡମ୍ବାରେ ଯୋଗାଣ ଅଧିକାରୀ ନଥିବା ବେଳେ ଡାଟାଏଂଟ୍ରି କର୍ମଚାରୀ ବିଭିନ୍ନ ସମୟରେ ହିତାଧିକାରୀଙ୍କ ଠାରୁ ଅର୍ଥ ନେଉଥିବା ଅଭିଯୋଗ ହୋଇଛି । ଯୋଗାଣ ଅଧିକାରୀ ନଥିବାରୁ ସୁବିଧା ମିଳୁନଥିବାରୁ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଅଫିସରେ ପଶି ଭଙ୍ଗା ରୁଜା କରିଛନ୍ତି । ଏନେଇ ବିଡିଓ ରମେଶ ଜେନାଙ୍କୁ ପଚାରିବାରୁ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।