ଯେବେ ପ୍ରେମିକ ସାଜିଲା ପିଶାଚ... ପ୍ରେମିକାକୁ ଗୁଳିମାରି କରିଥିଲା ହତ୍ୟା; ଜଙ୍ଗଲରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Advertisment
ଯେବେ ପ୍ରେମିକ ସାଜିଲା ପିଶାଚ... ପ୍ରେମିକାକୁ ଗୁଳିମାରି କରିଥିଲା ହତ୍ୟା; ଜଙ୍ଗଲରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ପ୍ରେମିକାକୁ ଗୁଳିମାରି ହତ୍ୟା କରିଥିଲା ପ୍ରେମିକ । ତୁରେକେଲା କଲେଜ ନିକଟରେ ଥିବା କାଜୁ ଜଙ୍ଗଲରେ ଏକ ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ । ନଭେମ୍ବର ୨୪ ତାରିଖରେ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ତନାଘନା ଆରମ୍ଭ କରିଥିଲା ତୁରେକେଲା ପୁଲିସ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଛତିଶଗଡ଼ ମୋଆ ଜିଲ୍ଲାର ଏକ୍ସିସ୍ ବ୍ୟାଙ୍କ କର୍ମଚାରୀ ତନୁ କୁରେ ନିଖୋଜ ହେବା ପରେ ଏ ନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ ।

ଛତିଶଗଡ଼ ପୁଲିସ ଜାଣିବାକୁ ପାଇଥିଲା କଣ୍ଟାବାଞ୍ଜିରେ ରହୁଥିବା ସଚିନ ଅଗ୍ରୱାଲାଙ୍କ ସହିତ ତନୁଙ୍କର ପ୍ରେମ ସଂପର୍କ ରହିଥିଲା । ଏ ନେଇ ବଲାଙ୍ଗୀର ପୋଲିସକୁ ଜଣାଇବା ପରେ ଏସପି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ସଚିନ ଅଗ୍ରୱାଲାକୁ ଗିରଫ କରି ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା । ହତ୍ୟାକାଣ୍ଡର ବର୍ବର କାହାଣୀ ନିଜ ମୁହଁରେ ଗୋଟି ଗୋଟି କହିଥିଲା ଅଭିଯୁକ୍ତ ସଚିନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe