କନକ ବ୍ୟୁରୋ : ପ୍ରେମିକାକୁ ଗୁଳିମାରି ହତ୍ୟା କରିଥିଲା ପ୍ରେମିକ । ତୁରେକେଲା କଲେଜ ନିକଟରେ ଥିବା କାଜୁ ଜଙ୍ଗଲରେ ଏକ ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ । ନଭେମ୍ବର ୨୪ ତାରିଖରେ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ତନାଘନା ଆରମ୍ଭ କରିଥିଲା ତୁରେକେଲା ପୁଲିସ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଛତିଶଗଡ଼ ମୋଆ ଜିଲ୍ଲାର ଏକ୍ସିସ୍ ବ୍ୟାଙ୍କ କର୍ମଚାରୀ ତନୁ କୁରେ ନିଖୋଜ ହେବା ପରେ ଏ ନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ ।
ଛତିଶଗଡ଼ ପୁଲିସ ଜାଣିବାକୁ ପାଇଥିଲା କଣ୍ଟାବାଞ୍ଜିରେ ରହୁଥିବା ସଚିନ ଅଗ୍ରୱାଲାଙ୍କ ସହିତ ତନୁଙ୍କର ପ୍ରେମ ସଂପର୍କ ରହିଥିଲା । ଏ ନେଇ ବଲାଙ୍ଗୀର ପୋଲିସକୁ ଜଣାଇବା ପରେ ଏସପି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ସଚିନ ଅଗ୍ରୱାଲାକୁ ଗିରଫ କରି ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା । ହତ୍ୟାକାଣ୍ଡର ବର୍ବର କାହାଣୀ ନିଜ ମୁହଁରେ ଗୋଟି ଗୋଟି କହିଥିଲା ଅଭିଯୁକ୍ତ ସଚିନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/7-2.jpg)