ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଶେଷ ହୋଇଯାଇଥିବା ବିଭିନ୍ନ ଗାଡିର ଲାଇସେନ୍ସର ବୈଧତା । ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଫିଟନେସ୍, ପରମିଟ୍ ଓ ଅନ୍ୟ ଡକ୍ୟୁମେଣ୍ଟ ବୈଧତା ସରିଯାଇଥିଲେ ହେବ କାର୍ଯ୍ୟକାରୀ ।

1,696

କନକ ବ୍ୟୁରୋ : ବିଭିନ୍ନ ଗାଡିର ଲାଇସେନ୍ସ ବୈଧତା ଅବଧିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ମୋଟର ଭେଇକିଲ ଆଇନ ଅଧୀନରେ ଆସୁଥିବା ଡ୍ରାଇଭିଙ୍ଗ ଲାଇସେନ୍ସ, ଫିଟନେସ୍, ରେଜିଷ୍ଟ୍ରେସନ, ପରମିଟ୍ ଓ ଅନ୍ୟ ଡକ୍ୟୁମେଣ୍ଟ ବୈଧତା ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେଗୁଡିକ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ଏପରି ନିଷ୍ପତି ନିଆଯାଇଥିବା କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ତୃତୀୟ ଥର ପାଇଁ ଲାଇସେନ୍ସର ବୈଧତା ଅବଧିକୁ ବୃଦ୍ଧି କରିଛନ୍ତି ସରକାର । ପ୍ରଥମେ ମାର୍ଚ୍ଚ ୩୦ରେ ଜୁନ୍ ୩୦ ପର୍ଯ୍ୟନ୍ତ ଓ ତାପରେ ଜୁନ୍ ୯ରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲାଇସେନ୍ସ ବୈଧତା ଅବଧିକୁ ବୃଦ୍ଧି କରିଥିଲା କେନ୍ଦ୍ର ପରିବହନ ମନ୍ତ୍ରାଳୟ ।