କନକ ବ୍ୟୁରୋ : ଟୋକିଓରେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହେଲା ଭାରତୀୟ ମହିଳା ହକି ଟିମ୍ । ୪-୩ ଗୋଲରେ ଜିତିଲା ଗ୍ରେଟ୍ ବ୍ରିଟେନ୍ । ହେଲେ ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା ଭାରତୀୟ ଟିମ୍ । ଭାରତ ପକ୍ଷରୁ ଗୁରଜିତ କୌର ଦୁଇଟି ଓ ବନ୍ଦନା କଟାରିଆ ଗୋଟିଏ ଗୋଲ ଦେଇଥିଲେ । ପ୍ରଥମ କ୍ୱାର୍ଟରରେ କୌଣସି ଦଳ ଗୋଲ ଦେଇଥିନଥିଲେ । ଦ୍ୱିତୀୟ କ୍ୱାର୍ଟରେ ଆସିଥିଲା ୫ଟି ଗୋଲ । ୨୫ ଓ ୨୬ ମିନିଟରେ ଗୁରଜିତ କୌର ଓ ୨୯ ମିନିଟରେ ବନ୍ଦନା ଗୋଟିଏ ଗୋଲ ଦେଇଥିଲେ ।

Advertisment

ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ୧୬, ୨୪ , ୩୫ ଓ ୪୮ ମିନିଟରେ ଗୋଲ ଦିଆଯାଇଥିଲା । ଖେଳର ଦ୍ୱିତୀୟ ମିନିଟରେ ଗ୍ରେଟ୍ ବ୍ରିଟେନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ହେଲେ ସାବିତ ପୁନିଆ ଏହାକୁ ସେଭ କରିଥିଲେ । ପୁଣି ୧୦ ମିନିଟ୍ରେ ଗ୍ରେଟ୍ ବ୍ରିଟେନକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ହେଲେ ଭାରତୀୟ ଗୋଲ କିପରି ଏହାକୁ ପୁଣି ଥରେ ସେଭ୍ କରିଥିଲେ । ସବୁ କ୍ୱାର୍ଟରରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ଦେଶବାସୀଙ୍କ ହୃଦୟ ଜିତିଛି ଭାରତୀୟ ମହିଳା ହକି ଦଳ ।

ହାରିଥିଲେ ବି ମହିଳା ହକି ଦଳ ଶେଷ ଯାଏଁ ଲଢୁଆ ପ୍ରଦର୍ଶନ କରିଥିଲେ । ଜାଣନ୍ତୁ ଭାରତୀୟ ମହିଳା ଦଳର ପରାଜୟର ୫ କାରଣ କ'ଣ ଥିଲା ?

- ବ୍ରିଟେନର ୨୩ ଆକ୍ରମଣ, ଭାରତର ମାତ୍ର ୯
- ଭାରତକୁ ୨ଟି ଗ୍ରୀନ ଓ ଗୋଟିଏ ୟେଲୋ କାର୍ଡ ପଡିଲା ମହଙ୍ଗା
- ଭାରତ ୩ ଥର ୧୦ ଖେଳାଳିଙ୍କ ସହିତ ଖେଳିଲା
- ବ୍ରିଟେନର ଜଣେ ଖେଳାଳିଙ୍କୁ ବି ମିଳିଲାନି କାର୍ଡ
- ଶେଷ କ୍ୱାର୍ଟରରେ ୨ଟି ଅବସରକୁ ହାତଛଡା କଲା ଭାରତ

ଲଢୁଆ ପ୍ରଦର୍ଶନ କରି ଭାରତ ମହିଳା ହକି ଦଳ ହାରିବା ପରେ କାନ୍ଦି ପକାଇଥିଲେ ପୂର୍ବତନ ହକି ଖେଳାଳ ଦିଲ୍ଲୀପ ତିର୍କୀ । ଖେଳାଳିଙ୍କ ସେ ପ୍ରଂଶସା କରିଥିଲେ । ମହିଳା ଟିମ ଲଢୁଆ ପ୍ରଦର୍ଶନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।