ଭାରତୀୟ କ୍ରିକେଟରଙ୍କ ଭାଲେଣ୍ଟାଇନ୍ ଡ଼େ ! କିଏ ପ୍ରେମ ପାଇଁ ଘରୁ ଲୁଚି ବାହା ହୋଇଥିଲେ ତ ଆଉ କେହି ଫେସବୁକ୍ ମାଧ୍ୟମରେ ପ୍ରେମର ଆରମ୍ଭ କରିଥିଲେ ।

557

କ୍ରିକେଟରଙ୍କ ଜୀବନ ଗ୍ଲାମର ସହ ଜଡିତ ହୋଇ ରହିଥାଏ । ଏଭଳି ସ୍ଥିତିରେ ତାଙ୍କ ଜୀବନୀ ଉପରେ ଘଟୁଥିବା ପ୍ରତ୍ୟେକଟି ଘଟଣା ଉପରେ ଲୋକଙ୍କ ନଜର ରହିଥାଏ । ଲକ୍ଷ ଲକ୍ଷ ପ୍ରଶଂସକ ଏବେ ବି କ୍ରିକେଟରଙ୍କ ଲଭ୍ ଲାଇଫ୍ ବିଷୟରେ ଜାଣିବାକୁ ଇଚ୍ଛୁକ ଅଛନ୍ତି । ତେବେ ଆଜି ପ୍ରେମଦିବସ ଅବସରରେ ଆମେ ଆପଣଙ୍କୁ ଭାରତର କିଛି କ୍ରିକେଟରଙ୍କ ଲଭ୍ ଷ୍ଟୋରୀ ବିଷୟରେ କହିବାକୁ ଯାଉଛୁ ।

ବିରୁଷ୍କା :

ବିରୁଷ୍କା ନାମରେ ପ୍ରଶଂସକଙ୍କ ଗହଣରେ ଚର୍ଚ୍ଚିତ ଏହି ପାୱାର କପଲ୍ ୨୦୧୩ ମସିହାରେ ଏକ ସୁଟିଂ ସମୟରେ ଦେଖା ହୋଇଥିଲେ । ଏକ ସାମ୍ପୁ ଆଡରେ ଦୁହେଁ ପ୍ରଥମେ ଦେଖା ହୋଇଥିଲେ । ଦୁହିଁଙ୍କ ଭିତରେ ଧିରେ ଧିରେ ବନ୍ଧୁତା ସ୍ଥାପନ ହେଲା ଏବଂ ଏହାର ଖବର ମଧ୍ୟ ଗଣମାଧ୍ୟମରେ ପ୍ରତିଦିନ ଆସିବାକୁ ଲାଗିଲା । ୨୦୧୫ ମସିହାରେ ଦୁହିଁଙ୍କ ପ୍ରେମ ବିଚ୍ଛେଦର ଖବର ଆସିଥିଲେ ହେଁ ଦୁହେଁ ୨୦୧୭ ମଧ୍ୟଭାଗରେ ଇଟାଲୀରେ ବିବାହ କରିଥିଲେ ।

ପଡୋଶୀଙ୍କ ଝିଅକୁ ନେଇ ଘରୁ ପଳାଇଆସିଥିଲେ ଗାଙ୍ଗୁଲୀ :

ସୌରଭ ଗାଙ୍ଗୁଲୀ ନିଜ ପିଲାଦିନର ସାଙ୍ଗ ଡୋନାଙ୍କ ସହ ଘରୁ ପଳାଇ ଅନ୍ୟତ୍ର ବିବାହ କରିଥିଲେ । ସୌରଭ ଏବଂ ଡୋନା ଦୁହେଁ ପଡୋଶୀ ଥିବା ସହ ଏକ ସାଙ୍ଗେ ପଢିଥିଲେ । ଘରଲୋକ କେବେ ବି ଏହି ସଂପର୍କକୁ ସ୍ୱୀକୃତି ଦେବେନାହିଁ ଭାବି ସୌରଭ ଡୋନାଙ୍କ ସହ ଘର ଲୁଚି ପଳାଇ ବିବାହ କରିଥିଲେ ।

ଏକସଙ୍ଗେ କାମ କରୁ କରୁ ହୋଇଗଲା ପ୍ରେମ :

ରୋହିତ୍ ଶର୍ମା ୨୦୧୫ ମସିହାରେ ଫେବୃଆରୀ ୧୪ ତାରିଖରେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୬ ବର୍ଷ ଡେଟ୍ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ରିତିକା ସ୍ପୋର୍ଟସ୍ ଏବଂ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ କମ୍ପାନୀରେ ମ୍ୟାନେଜର୍ ଥିବାବେଳେ ତାଙ୍କ ସହ ରୋହିତଙ୍କ ଦେଖାସାକ୍ଷାତ ହୋଇଥିଲା । ତେବେ ରୋହିତ୍ ରିତିକାଙ୍କୁ ଷ୍ଟାଡିୟମରେ ପ୍ରପୋଜ୍ କରିଥିଲେ ।

ଏୟାରପୋର୍ଟରେ ମିଳିଥିଲା ସଚ୍ଚିନଙ୍କୁ ଭଲପାଇବା :

୧୯୯୦ ମସିହାରେ ମୁମ୍ବାଇ ଏୟାରପୋର୍ଟରେ ଯେତେବେଳେ ସଚ୍ଚିନ ଇଂଲଣ୍ଡରୁ ଭାରତ ଫେରୁଥିଲେ ଅଞ୍ଜଳୀଙ୍କ ସହ ତାଙ୍କ ପ୍ରଥମଦେଖା ହୋଇଥିଲା । ସେତେବେଳେ ମାଷ୍ଟରବ୍ଲାଷ୍ଟରଙ୍କ ଗୋଟିଏ ଅଟୋଗ୍ରାଫ୍ ପାଇଁ ଅଞ୍ଜଳୀ ସଚ୍ଚିନଙ୍କ ପଛରେ ଦୌଡିଥିଲେ । ୫ ବର୍ଷ ପର୍ଯ୍ୟନ୍ତ ଦୁର୍ହେ ଡେଟ୍ କରିବା ପରେ ୧୯୯୫ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଧୱନଙ୍କୁ ହୋଇଥିଲା ଫେସବୁକ୍ ରେ ପ୍ରେମ :

ଫେସବୁକ୍ ରେ ପ୍ରଥମଥର ଆୟେଶାଙ୍କୁ ଦେଖି ଧୱନ ପାଗଳ ହୋଇଯାଇଥିଲେ । ଅଷ୍ଟ୍ରେଲିଆ ବକ୍ସର ଥିବା ଆୟେଶାଙ୍କୁ କ୍ରିକେଟର ଗବ୍ୱର ସଙ୍ଗେ ସଙ୍ଗେ ରିକ୍ୱେଷ୍ଟ ପଠାଇଥିଲେ ଏବଂ ରିକ୍ୱେଷ୍ଟ ମଧ୍ୟ ଗ୍ରହଣ ହୋଇଥିଲା । ଏହାପରେ ଫେସବୁକ୍ ମାଧ୍ୟମରେ ଦୁହିଁଙ୍କ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏହାପରେ ବନ୍ଧୁତା ପରେ ପ୍ରେମ ଏବଂ ୨୦୧୨ ମସିହାରେ ବିବାହ ହୋଇଥିଲା ।