ମୋବାଇଲକୁ ଆସୁଛି ଭିନ୍ନ ଭିନ୍ନ ଲିଙ୍କ୍ । ଖୋଲିବା ପରେ ଆପ୍ ଡାଉନଲୋଡ କରିବା ପାଇଁ ଆସୁଛି ଅନୁରୋଧ । ଡାଉନଲୋଡ୍ କଲେ ଆପଣଙ୍କ ବ୍ୟାଙ୍କ ଖାତାରୁ କଟିଯାଇପାରେ ଟଙ୍କା ।

300

କନକ ବ୍ୟୁରୋ : ସାବଧାନ ଥାଅନ୍ତୁ, ନଚେତ୍ ଏଥର ଭାଲେଣ୍ଟାଇନ ଡେ’ରେ ଆପଣ ବି ସାଇବର ଠକେଇର ଶିକାର ହୋଇପାରନ୍ତି । ପ୍ରେମ ଦିବସରେ ଅନଲାଇନ ପ୍ରତାରଣା । ମୋବାଇଲକୁ ଆସୁଛି ଭିନ୍ନ ଭିନ୍ନ ଲିଙ୍କ୍ । ହ୍ୱାଟସଆପରୁ ହ୍ୱାଟସଆପକୁ ଘୁରି ବୁଲିଛି ଏକ ମେସେଜ ଲିଙ୍କ୍ । ଏହି ଲିଙ୍କକୁ ଖୋଲିବା ପରେ କିଛି ସହଜ ପ୍ରଶ୍ନ ଆସୁଛି । ଯାହାର ଉତ୍ତର ଦେଇସାରିବା ପରେ ଆପଣଙ୍କ ମୋବାଇଲରେ ଆପ୍ ଡାଉନଲୋଡ କରିବା ପାଇଁ ଆସୁଛି ଅନୁରୋଧ ।

ବାସ୍ ଏହାକୁ ଡାଉନଲୋଡ୍ କଲେ ଆପଣଙ୍କ ବ୍ୟାଙ୍କ ଖାତାରୁ କଟିଯାଇପାରେ ଟଙ୍କା । ସର୍ଭେ ନାଁରେ ଚାଲିଥିବା ଏହି ପୁରା ଘଟଣା ପଛରେ ସାଇବର ଠକ ରହିଥିବା ସୂଚନା ମିଳିଛି । ବର୍ତମାନ ମୋବାଇଲ ବ୍ୟବହାରୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ, ଆଗକୁ ଆସୁଛି ଭାଲେଂଟାଇନ ଡେ । ସେଥିପାଇଁ ଏ ଚିନ୍ତା ବଢିବାରେ ଲାଗିଛି ।