ବଲାଙ୍ଗିରର ରୋମିଓ-ଜୁଲିଏଟ୍ ! ପ୍ରେମ ଆଗରେ ପାଚେରୀ ଛିଡା କରି ପାରିଲାନି ଧର୍ମ। ହିନ୍ଦୁ ଝିଅର ହୃଦୟରେ ଘର କରି ରହିଲା ମୁସଲମାନ ପୁଅର ମନ । ଏକାଠି କରିବାକୁ ପରିବାର ଲୋକେ କଲେ ସମର୍ଥନ । ଭାଲେଣ୍ଟାଇନ ଡେ’ରେ ପଢନ୍ତୁ ନାଶିର-ମୌସୁମୀଙ୍କ ନୈସର୍ଗିକ ପ୍ରେମ କାହାଣୀ...

Advertisment
ବଲାଙ୍ଗିରର ରୋମିଓ-ଜୁଲିଏଟ୍ ! ପ୍ରେମ ଆଗରେ ପାଚେରୀ ଛିଡା କରି ପାରିଲାନି ଧର୍ମ। ହିନ୍ଦୁ ଝିଅର ହୃଦୟରେ ଘର କରି ରହିଲା ମୁସଲମାନ ପୁଅର ମନ । ଏକାଠି କରିବାକୁ ପରିବାର ଲୋକେ କଲେ ସମର୍ଥନ । ଭାଲେଣ୍ଟାଇନ ଡେ’ରେ ପଢନ୍ତୁ ନାଶିର-ମୌସୁମୀଙ୍କ ନୈସର୍ଗିକ ପ୍ରେମ କାହାଣୀ...

କନକ ବ୍ୟୁରୋ: ପ୍ରେମ ! ଅଢେଇ ଅକ୍ଷରର ଏକ ଅବୋଲକରା ଆବେଗ । ଯାହାକୁ ବୁଝି ହୁଏନା କି ଦେଖି ବି ହୁଏନା । ବାସ୍ ଖାଲି ଆଖିବୁଜି ଅନୁଭବ କରିହୁଏ । ପ୍ରେମ ହୃଦୟର ହାଟରେ ବିକ୍ରି ହେଉଥିବା ଏକ ପାରିଜାତ ଫୁଲ । ମନର ମାଟିରେ କୁଳୁକୁଳୁ ନାଦ କରି ବହିଯାଉଥିବା ଏକ ନିରନ୍ତର ନଈ । ପ୍ରେମ ସ୍ୱର୍ଗୀୟ ସୁଖ, ପ୍ରେମ ଈଶ୍ୱର-ଆଲ୍ଲା । ଜାତି, ଧର୍ମ, ବର୍ଣ୍ଣର ଉପରେ ପ୍ରେମର ପରିଭାଷା । ମାତ୍ର ଏଇ ପ୍ରେମରେ ବେଳେବେଳେ ଜାତିକୁ ନେଇ ଯୁଦ୍ଧ ହୁଏ । ଧର୍ମର ଧାରୁଆ ଅସ୍ତ୍ରରେ ପ୍ରେମକୁ ଟିକଟିକ କରି କାଟି ଦିଆଯାଏ ଆଉ ପ୍ରେମର ସଂଜ୍ଞାକୁ କଦର୍ଥ କରାଯାଏ... ହେଲେ ଭାଲେଣ୍ଟାଇନ ଡେ’ରେ ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ କହିବୁ ଯେଉଁଠି ପ୍ରେମର ଗଛକୁ ବଞ୍ଚାଇ ରଖିବାକୁ ତା ମୂଳରେ ପାଣି ଢାଳିଛନ୍ତି ଦୁଇ ଅଲଗା ଧର୍ମର ଅଲଗା ପରିବାର...

publive-image

ନାଶିର ଓ ମୌସୁମୀ... ଗୋଟିଏ ଗଛର ଦୁଇ ଡାଳରେ ବସି ସମାନ ସ୍ୱପ୍ନ ଦେଖୁଥିବା ଦୁଇ ସୁନ୍ଦର ପ୍ରେମପକ୍ଷୀ । ଅଲଗା ଧର୍ମ, ଅଲଗା ଜାତି । ଭିନ୍ନ ଚାଲିଚଳନ, ଭିନ୍ନ ପରମ୍ପରା । ଜଣେ ହିନ୍ଦୁ ତ ଆଉ ଜଣେ ମୁସଲମାନ । ତଥାପି ଆଖିରେ ଆଖି ମିଶିଥିଲା, ମନରେ ମିଶିଥିଲା ମନ । ଯୌବନର ଆଦ୍ୟ ପର୍ବରେ ଉପହାର ଦୋକାନରେ ଦୁହିଁଙ୍କ ଦେଖା ହୋଇଥିଲା । ବାସ୍ ତା ପରଠାରୁ ନାଶିରଙ୍କ ନିଶ୍ୱାସରେ ଆସିଥିଲା ଅଦିନିଆ ମୌସୁମୀ ଆଉ ମୌସୁମୀଙ୍କ ମନରେ ଲାଗିଥିଲା ନାଲି ନାଲି ରଙ୍ଗ...

ପ୍ରଥମେ ବନ୍ଧୁତା ତାପରେ ପ୍ରେମ । ପ୍ରେମରୁ ପ୍ରତିଶ୍ରୁତି, ପ୍ରତିଶ୍ରୁତିରୁ ପାଖାପାଖି । ଦୂରତା ଦୂରେଇ ନିଜର ହେବା ପରେ ନାଶିର ମୁସଲମାନ ବୋଲି ଜାଣିଥିଲେ ମୌସୁମୀ । ପ୍ରେମିକର ଜାତିଧର୍ମ ଜାଣି ପ୍ରଥମେ ଝଟକା ଲାଗିଥିଲେ ବି ପରେ ପ୍ରେମକୁ ପାଇବାକୁ ସବୁକିଛିକୁ ପର କରିଥିଲେ ମୌସୁମୀ । ପ୍ରେମ ତ ଇଶ୍ୱର । ଇଶ୍ୱରଙ୍କର କଣ ଜାତି ଧର୍ମ ଥାଏ ? ଏଇ କଥାକୁ ମନରେ ରଖି ନାଶିରଙ୍କୁ ବିବାହ କରିଥିଲେ ମୌସୁମୀ ।

ସବୁଠାରୁ ବଡ କଥା ହେଉଛି ଦୁଇ ଭିନ୍ନ ସଂପ୍ରଦାୟର ପ୍ରେମୀଯୁଗଳ ଦୀର୍ଘ ୧୨ ବର୍ଷ ହେବ ଦାମ୍ପତ୍ୟ ଜୀବନ କାଟିବା ପଛରେ ରହିଛି ସେମାନଙ୍କ ପରିବାରର ସମର୍ଥନ । ହିନ୍ଦୁ ଘରର ଝିଅ ମୁସଲମାନ ଘରର ରୀତିନୀତି ପାଳୁଛି ତ ମୁସଲମାନ ଘରର ପୁଅ ହିନ୍ଦୁ ଘରେ ପରମ୍ପରା ପାଳୁଛି । ନାଶିର- ମୋସୁମୀଙ୍କ ଏ ନିର୍ଭେଜାଲ ପ୍ରେମ ଦେଖି ଦୁଇ ପରିବାର ବି ଖୁସି ଅଛନ୍ତି ।
ଜାତି ଧର୍ମର ଜିଦ ଧରି ପ୍ରେମକୁ ସ୍ୱୀକୃତି ଦେଉନଥିବା ପରିବାର । ପୁଅଝିଅଙ୍କ ପ୍ରେମକୁ ଭାଙ୍ଗିବାକୁ ଆତ୍ମହତ୍ୟାର ଧମକ ଦେଉଥିବା ବାପାମାଆଙ୍କ ଉପରେ ନାଶିର-ମୌସୁମୀଙ୍କ ଏ ଶାଶ୍ୱତ ପ୍ରେମ କାହାଣୀ କିଛି ପ୍ରଭାବ ପକାଇବ କି ? ଭିନ୍ନ ଏକ ବାର୍ତ୍ତା ଦେବ କି...?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe