ବୈଷ୍ଣୌ ଦେବୀ ଯାତ୍ରା ପୂର୍ବରୁ ଜାଣନ୍ତୁ ନିୟମ, ନହେଲେ କରିପାରିବେ ନାହିଁ ମାତା ଦର୍ଶନ

141

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଥିବା ବୈଷ୍ଣୌ ଦେବୀ ଧାମକୁ ଏମିତି ବି ପ୍ରତିଦିନ ଶହ ଶହ ଭକ୍ତି ଦର୍ଶନ ପାଇଁ ଆସିଥାନ୍ତି । ହେଲେ ନବରାତ୍ର ବେଳେ ଏହି ପୀଠରେ ଦର୍ଶକମାନଙ୍କର ପ୍ରବଳ ସମାଗମ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଅକ୍ଟୋବର ୭ ତାରିଖରେ ଏହି ନବରାତ୍ର ପଡୁଥିବାରୁ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇପାରେ । ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କିଛି ନିୟମ ଲାଗୁ କରାଯାଇଛି । ଆପଣମାନେ ଯଦି ଏହି ନିୟମ ବାବଦରେ ନଜାଣି ବୈଷ୍ଣୌ ଦେବୀ ଦର୍ଶନରେ ଯାଆନ୍ତି, ହୁଏତ ଆପଣ ମାତା ଦର୍ଶନରୁ ବଞ୍ଚିତ ହୋଇ ପାରନ୍ତି ।

ପ୍ରଶାସନର ନିମୟ ମୁତାବକ, କେବଳ ଅନଲାଇନ ପଞ୍ଜିକରଣ କରିଥିବା ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ଶ୍ରଦ୍ଧାଳୁ ମାନେ ସେମାନଙ୍କ ଫୋନରେ ‘ଆରୋଗ୍ୟ ସେତୁ’ ଆପ ଉପଯୋଗ କରିବା ଅନିବାର୍ଜ୍ୟ । ପ୍ରଥମତ ଶ୍ରଦ୍ଧାଳୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ କରୋନାର କୌଣସି ଲକ୍ଷଣ ନଥିଲେ ହିଁ ତାଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ମାସ୍କ ଓ ଫେସ୍ କଭର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଜମ୍ମୁ-କାଶ୍ମୀର ବ୍ୟତୀତ ଅନ୍ୟ ରାଜ୍ୟରୁ ଆସିଥିବା ଭକ୍ତମାନେ ଆଣ୍ଟିଜେନ ଟେଷ୍ଟ କରିବା ବି ବାଧ୍ୟତାମୂଳକ କରାଯାଇଛି । ଏହାସହ ଜମ୍ମୁ-କାଶ୍ମୀରର କୋଭିଡ ରେଡ ଜୋନରୁ ଆସିଥିବା ଲୋକମାନେ ବି ଆଣ୍ଟିଜେନ ଟେଷ୍ଟ ଦେବାକୁ ପଡିବ । ତୀର୍ଥଯାତ୍ରୀମାନେ ଗର୍ଭଗୃହରେ ପ୍ରବେଶ କରିବା ପୂର୍ବରୁ ସେମାନେ ତାଙ୍କର ହାତ ସାବୁନ ମାଧ୍ୟମରେ ବାରମ୍ବାର ସଫା କରିବା ଆବଶ୍ୟକ । ତୀର୍ଥଯାତ୍ରୀମାନେ ଯାତ୍ରା ଓ ଦର୍ଶନ ସମୟରେ ପରସ୍ପର ଠାରୁ ୬ ଫୁଟ ଦୂରତାରେ ରହିବା ବାଧ୍ୟତା ମୂଳକ । ଏହାସହ ମୂର୍ତ୍ତିକୁ ଛୁଇଁବା ଉପରେ କଟକଣା ଲଗାଯାଇଛି ।

ଅନ୍ୟପଟେ ୬୦ ବର୍ଷରୁ ଉର୍ଦ୍ଧ ଓ ଅସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ ତୀର୍ଥଯାତ୍ରା ବାରଣ କରାଯାଇଥିବା ବେଳେ ୧୦ ବର୍ଷରୁ କମ ପିଲାମାନଙ୍କ ପାଇଁ ବି କଟକଣ ଜାରି କରାଯାଇଛି । ଏହାସହ ଯାତ୍ରୀମାନେ ନିଜ ସହିତ ଫଟୋ ଓ ପରିଚୟ ପତ୍ର ରଖିବାକୁ ବାଧ୍ୟତା ମୂଳକ କରାଯାଇଛି । ଏହି ପରିଚୟ ପତ୍ର ମଧ୍ୟରେ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ,ଭୋଟ ପରିଚୟ ପତ୍ର ଓ ପାନ କାର୍ଡ ସାମିଲ କରିପାରିବେ ।

ଆପଣ ଯଦି ବୈଷ୍ଣୌ ଦେବୀ ଦର୍ଶନ କରିବାକୁ ଚାହୁଁଥାନ୍ତି ତେବେ ଆସନ୍ତୁ ଜାଣିବା କେମିତି କରିବେ ଅନ ଲାଇନ ପଞ୍ଜିକରଣ । ଶ୍ରୀମାତା ବୈଷ୍ଣୌଦେବୀ ସାଇନ ବୋର୍ଡ ଶ୍ରଦ୍ଧାଳ ମାନଙ୍କ ସୁବିଧା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛି । ଆପଣ ବୈଷ୍ଣୌ ଦେବୀ ସାଇନ ବୋର୍ଡ ଅଧିକାରୀଙ୍କ ୱେବସାଇଟକୁ ଯାଇ ପ୍ରଥମେ ଆପଣଙ୍କ ପଞ୍ଜିକରଣ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଏକ ଆଇଡି ଓ ପାସୱାର୍ଡ ଚୟନ କରିବାକୁ ପଡିବ । ଏହାପରେ ପଞ୍ଜିକରଣ କରିଥିବା ଲୋକର ନାମ ଓ ପାସୱାର୍ଡ ବୋର୍ଡ ୱେବସାଇଟର ହୋମପେଜ କିମ୍ବା ପପଅପ୍ ସ୍କ୍ରିନ ଉପରେ ଆସିବ । ଏହା ଉପରେ କ୍ଲିକ କରି ଆପଣ ପଞ୍ଜିକରଣକୁ କନଫର୍ମ କରିପାରିବେ ।