କନକ ବ୍ୟୁରୋ: ଓଡିଶାକୁ କେନ୍ଦ୍ରର ରେକର୍ଡ ରେଳ ଅନୁଦାନ ନେଇ କେନ୍ଦ୍ର ରେଳମନ୍ତ୍ରୀ ଦିଲ୍ଲୀରେ ଜବାବ ରଖିଛନ୍ତି । ସେ କହିଛନ୍ତି, ଏଥରର ଅନୁଦାନ ୟୁପିଏ ସରକାରର ଅନୁଦାନ ତୁଳନାରେ ୧୦ ଗୁଣା ଅଧିକ । ତେବେ ରାଜ୍ୟରେ ରେଳ ପ୍ରକଳ୍ପକୁ ଅଗ୍ରଗତି କରିବାରେ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ରାଜ୍ୟରେ ଅଂସପୂର୍ଣ୍ଣ ରେଳପ୍ରକଳ୍ପ ଗୁଡିକ ଆଗେଇବା କ୍ଷେତ୍ରରେ ମାପିଚୁପି ଉତ୍ତର ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି, ରେଳ ପ୍ରକଳ୍ପ ଗୁଡିକୁ ଆଗେଇବାରେ କେନ୍ଦ୍ର ସହ ରାଜ୍ୟର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ।
- ଚଳିତ ବର୍ଷର ଅନୁଦାନ ୟୁପିଏ ସରକାରର ତୁଳନାରେ ୧୦ ଗୁଣ ଅଧିକ
- ୨୦୦୯ରୁ ୨୦୧୪ ଯାଏଁ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା
- ୨୦୧୪ରୁ ୨୦୧୯ ଯାଏଁ ହାରାହାରି ବାର୍ଷିକ ୪୧୨୬ କୋଟି ଦିଆଯାଇଛି
- ରାଜ୍ୟରେ ରେଳ ଭିତ୍ତିଭୂମିକୁ କେନ୍ଦ୍ର ଅଧିକ ଗୁରୁତ୍ୱ ଦେଉଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି
୨୦୨୨-୨୩ ବଜେଟରେ ଓଡିଶାକୁ ରେଳବାଇ ପାଇଁ ରେକର୍ଡ ଅନୁଦାନ ମିଳିବା ପରେ ଏହାକୁ ସ୍ୱାଗତ କରିଛନ୍ତି ରାଜନୈତିକ ଦଳ । ବଜେଟକୁ ସ୍ୱାଗତ କରି ବିଜେଡି କହିଛି, ଅଧାପନ୍ତରିଆ ପ୍ରକଳ୍ପ ଉପରେ ଅଧିକ ଫୋକସ ଦେବା ଉଚିତ୍ । କଂଗ୍ରେସ କହିଛି, ଅଧିକ ଅନୁଦାନ ମିଳିଛି ସତ କିନ୍ତୁ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ବଡ କଥା । ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି. ଏଥର ଆଉ କେନ୍ଦ୍ର ଅବହେଳା କଥା ଉଠାଯାଇପାରିବ ନାହିଁ ।
ସୂଚନାଯୋଗ୍ୟ ଯେ, ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ୯୭୨୩ କୋଟି ମିଳିଛି । ଓଡିଶା ପାଇଁ ଏହାକୁ ସର୍ବକାଳୀନ ରେକର୍ଡ ଅନୁଦାନ ବୋଲି କୁହାଯାଇପାରେ । ୨୦୨୧-୨୨ରେ ଏହି ପରିମାଣ ୬୪୭୧ କୋଟି ଥିଲା । ସବୁଠାରୁ ବଡ କଥା ହେଲାସ ସମ୍ବଲପୁର-ବ୍ରହ୍ମପୁର ପ୍ରସ୍ତାବିତ ରେଳପଥକୁ ରେଳବାଇ ପିଙ୍କ୍ ଜୋନରେ ସାମିଲ କରିଛି । ଏହାଦ୍ୱାରା ପଶ୍ଚିମ ଓଡିଶାର ଶିଳ୍ପାନୁଷ୍ଠାନ ପାଇଁ ଗୋପାଳପୁର ବନ୍ଦରର ଦ୍ୱାର ଖୋଲିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/20-2.jpg)