କନକ ବ୍ୟୁରୋ: ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ପରେ ଅନେକ କଥା ସାମ୍ନାକୁ ଆସୁଛି । ତାଙ୍କ ମୃତ୍ୟୁପରେ ଟିଭି ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି । ସମସ୍ତେ ଚିନ୍ତାରେ ଅଛନ୍ତି ଯେ ସବୁବେଳେ ହସଖୁସିରେ ଥିବା ଅଭିନେତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ? ବୈଶାଳୀଙ୍କ ଆତ୍ମହତ୍ୟାର କାରଣ ତାଙ୍କ ସୁସାଇଡ ନୋଟରୁ ଖୁଲାସ ହେବାରେ ଲାଗିଛି । ତେବେ ଆଉ ମାତ୍ର ୪ ଦିନ ପରେ ଅର୍ଥାତ ଅକ୍ଟୋବର ୨୦ରେ ବୈଶାଳୀଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ଏହା ପୂର୍ବରୁ ହିଁ ସେ ଆତ୍ମହତ୍ୟା କରିଦେଇଛନ୍ତି ।

Advertisment

ବୈଶାଳୀଙ୍କ ବିବାହ ମିତେଶଙ୍କ ସହ ହେବାକୁ ଯାଉଥିଲା । ସେ ଆମେରିକା କାର୍ଲିଫର୍ଣ୍ଣିଆରେ ସପ୍ଟୱେର ଇଞ୍ଜିନିୟର ଭାବେ କାମକରୁଛନ୍ତି । ତେବେ ତାଙ୍କ ମନରେ ଭୟ ଥିଲା ଯେ ରାହୁଲ ଏହି ବିବାହ ଭାଙ୍ଗି ନଦେଉ । ଗତବର୍ଷ ମଧ୍ୟ ରାହୁଲଙ୍କ କାରଣରୁ ବୈଶାଳୀଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିଲା ।

publive-image

ବୈଶାଳୀ ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି, ମା ବାପା ବହୁତ ହେଇଗଲା, ସମସ୍ତେ ବହୁତ ଚିନ୍ତାରେ ଅଛ । ତୁମେମାନେ ମଧ୍ୟ ମୋ ପାଇଁ ଅନେକ ଚିନ୍ତାରେ । ମୁଁ ଜାଣିଛି ଯେ ଗତ ୨ ବର୍ଷ ଧରି ମୁଁ ଯେଉଁ ଯୁଦ୍ଧ ଲଢୁଛି । ରାହୁଲ ନବଲାନୀ ମୋ ସହ ଅନେକ ଖରାପ କରିଛନ୍ତି । ମୁଁ ତାହା କାହା ଆଗରେ କହିମଧ୍ୟ ପାରିବି ନାହିଁ । କେଉଁଭଳି ଭାବେ ମୋର ଶୋଷଣ କରାଯାଇଥିଲା ମୋତେ ମାନସିକ ତଥା ଶାରିରୀକ ଭାବେ ଶୋଷଣ କରାଯାଇଥିଲା । ସେ ଶେଷରେ ଏହା ମଧ୍ୟ କହିଥିଲା- ମୋ ବିବାହ କରାଇଦେବ ନାହିଁ ଶେଷରେ ସେ କରିଦେଖାଇଲା ।

ବୈଶାଳୀ ଠକ୍କର ନିଜର ସୁସାଇଡ ନୋଟରେ ନିଜର ପରିବାରକୁ କ୍ଷମା ମାଗିଛନ୍ତି । ସେ ଆହୁରି ମଧ୍ୟ ଲେଖିଥିଲେ ଯେ ମୁଁ ଆଉ ସମ୍ଭାଳିପାରୁନାହିଁ । ମୁଁ ମଧ୍ୟ ଗୋଟିଏ ଭଲ ଝିଅ ହୋଇପାରିଲିନାହିଁ । ସୁସାଇଡ ନୋଟର ଶେଷରେ ସେ ଆଇ କୁଇଟ୍  ଲେଖିଛନ୍ତି ।