ଫଟୋରେ ଫଟୋରେ ଦେଖନ୍ତୁ କେତେ ଭୟାବହ ସୀମାଞ୍ଚଳ ଏକ୍ସପ୍ରେସ ଦୂର୍ଘଟଣା !

ଫଟୋରେ ଫଟୋରେ ଦେଖନ୍ତୁ କେତେ ଭୟାବହ ସୀମାଞ୍ଚଳ ଏକ୍ସପ୍ରେସ ଦୂର୍ଘଟଣା !

Yuva Sai Sagar

ରବିବାର ଭୋରରୁ ବିହାରର ବୈଶାଳୀ ଜିଲ୍ଲାରେ ଦିଲ୍ଲୀଗାମୀ ସୀମାଞ୍ଚଳ ଏକ୍ସପ୍ରେସର ୯ଟି ଡବା ଧାରଣାରୁ ବାହାରି ଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁଁ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ଜୋଗବନୀରୁ ନୂଆଦିଲ୍ଲୀ ଯାଉଥିବା ଆନନ୍ଦ ବିହାର - ରାଧିକାପୁର (୧୨୪୮୭) ଏକ୍ସପ୍ରେସ୍ ର ୯ ଟି ବଗି ରେଳଲାଇନ୍ ଚ୍ୟୁତ ହୋଇଥିଲା । ଏହି ଦୂର୍ଘଟଣା ହାଜିପୁର-ବଛବାଡା ରେଳଖଣ୍ଡର ମହନାର ଏବଂ ସହଦୋଇ ବୁଜୁର୍ଗ ଷ୍ଟେସନ୍ ମଝିରେ ହୋଇଥିଲା । ଏଥିରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଛି ।

publive-image

୧ . ଘଟଣାଟି ପ୍ରାତଃ ୩ ଟା ୫୨ ସମୟରେ ହୋଇଥିଲା ,ଦୂର୍ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଚିଂଯାଇଛି ।

publive-image

୨ . ଏହି ଘଟଣାରେ ଯେଉଁଠି ୬ ଜଣ ଯାତ୍ରୀଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଛି ସେଠାରେ ଅନେକ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତିି । ଯାହାଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି ।

publive-image

୩ . ଦୂର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାର ମଧ୍ୟ ଆଶଙ୍କା ରହିଛି କାରଣ ରେଳର ଅନେକ ଡବା ଗୋଟିଏ ଉପରେ ଆଉ ଗୋଟିଏ ଚଢିଯାଇଛି । ତେବେ ଉଦ୍ଧାର କାର୍ଯ୍ୟ ଏଯାଏଁ ଜାରୀ ରହିଛି ।

publive-image

୪ . ସୁଚନା ମିଳିବା ପରେ ସୋନପୁର ଏବଂ ବରୋନୀରୁ ଡାକ୍ତରଙ୍କ ଏକ ଟିମ୍ ଘଟଣାସ୍ଥଳକୁ ପଠାଇ ଦିଆଯାଇଛି । ସୋନପୁର ରେଳମଣ୍ଡଳରୁ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲା ।

publive-image

୫ . ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟରେ କିଛି ମାତ୍ରାରେ ବିଳମ୍ବ ହୋଇଥିଲା । ଘଟଣା ପରେ ଉକ୍ତ ସ୍ଥାନରେ ଚିତ୍କାର ଶୁଣାଯାଇଥିଲା ।

publive-image

୬ . ରେଳବାଇ ଯାତ୍ରୀଙ୍କ ଯାହାର୍ଯ୍ୟ ସକାଶେ ହେଲପଲାଇନ୍ ନମ୍ବର ଜାରୀ କରିଛି । ଏହି ନମ୍ବର ସୋନପୁର - ୦୬୧୫୮୨୨୧୬୪୫ , ହାଜିପୁର – ୦୬୨୨୪୨୭୨୨୩୦ , ବରୋନୀ – ୦୬୨୭୯୨୩୨୨୨୨

publive-image

୮ . ଟ୍ରେନ୍ ନମ୍ବର ୧୨୪୮୭ ଜୋଗବନୀରୁ ଆନନ୍ଦବିହାର ଷ୍ଟେସନ୍ ପର୍ଯ୍ୟନ୍ତ ଯାଇଥାଏ । ଏହି ଦୂର୍ଘଟଣାରେ ତିନୋଟି ଡବା କ୍ଷତିଗ୍ରସ୍ତ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe