କନକ ବ୍ୟୁରୋ : ସମ୍ପତ୍ତି ଆଗରେ ଫିକା ପଡିଲା ସଂପର୍କ । ଜମି ଜମା ବିବାଦରୁ ଗୋଟିଏ ପକ୍ଷର ଲୋକ ଅନ୍ୟପକ୍ଷର ଲୋକଙ୍କ ଉପରେ ଟ୍ରାକ୍ଟର ମଡାଇ ଦେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ଜମିଜମାକୁ ନେଇ ସାଧାରଣ ବିବାଦରୁ ଉପୁଜିଥିବା ହିଂସା ଉଗ୍ର ରୂପ ନେଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ରୁସ୍ତମପୁର ଥାନା ଅନ୍ତର୍ଗତ କର୍ମୋପୁର ଗ୍ରାମରେ । କିଛି ଜମି ପାଇଁ ଦୁଇ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ସେହି ଜମି ଉପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଉଭୟ ପକ୍ଷ ଗଣ୍ଡଗୋଳ ଲାଗିଥିବା ବେଳେ ଗୋଟିଏ ପକ୍ଷର ଲୋକ ଅନ୍ୟ ପକ୍ଷର ଲୋକଙ୍କ ଉପରେ ଟ୍ରାକ୍ଟର ମଡାଇ ଦେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି ।

Advertisment

ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିବା ପରେ ଥାନା ତରଫରୁ ୨ଟି ମାମଲା ରୁଜୁ କରାଯାଇଛି । ଏହାସହ ଉଭୟ ପକ୍ଷରୁ ଦୁଇଜଣଙ୍କୁ ପୋଲିସ ଗିରଫ କରି ଥାନାକୁ ନେଇଛି ।