୧୦ ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟିକା : ଡିଏମଇଟି କହିଲେ ଟିକା ନେବା କାହା ପାଇଁ ବାଧ୍ୟତାମୂଳକ ନୁହେଁ

Advertisment
୧୦ ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟିକା : ଡିଏମଇଟି କହିଲେ ଟିକା ନେବା କାହା ପାଇଁ ବାଧ୍ୟତାମୂଳକ ନୁହେଁ

କନକ ବ୍ୟୁରୋ : ଆସନ୍ତା ୧୦ ଦିନ ଭିତରେ ରାଜ୍ୟରେ ଟିକା ପହଂଚିବ । ଏହି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଆଗାମୀ ୧୦ ଦିନ ଭିତରେ ଟିକା ପହଂଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ଟିକାକରଣ ଆରମ୍ଭ ହୋଇଯିବ । ସେଇଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଡିଏମଇଟି । ସେ କହିଛନ୍ତି, ‘‘କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଦିନ ମଧ୍ୟରେ ଟିକା ପହଞ୍ଚିବ ଓ ପହଞ୍ଚିବାର ୨ ଦିନ ମଧ୍ୟରେ ଟିକାକରଣ ହେବ । ଟିକାକରଣ ପାଇଁ ଆମ‌େ ପ୍ରସ୍ତୁତ ରହିଛୁ। ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି, ତାହାକୁ ୨ଟି ଡୋଜ୍‌ରେ ଦିଆଯିବ। ପ୍ରଥମ ଡୋଜ୍‌ ଦେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ୍‌ ଦିଆଯିବ।’’

ଏଥିସହ ଡିଏମଇଟି ଡା. ମହାନ୍ତି ସ୍ପଷ୍ଟ କରିଛନ୍ତି ଯେ ଟିକାକରଣ କାହା ପାଇଁ ବି ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ବାସ୍ଥ୍ୟକର୍ମୀ ଚାହିଁବେ ଟିକା ନେଇପାରିବେ ଓ ଯେଉଁମାନେ ଚାହିଁବେନି ସେମାନେ ଟିକା ନେବେ ନାହିଁ। ଟିକା ଗ୍ରହଣ କରିବା ସଂପୂର୍ଣ୍ଣ ଇଚ୍ଛାଧୀନ। ପୂର୍ବରୁ ଏ ନେଇ ସରକାର ଘୋଷଣା କରି ସାରିଛନ୍ତି । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ଏବେ ଟିକାକୁ ଅପେକ୍ଷା କରି ରହିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଟିକା ଦେଶରେ ବିକଶିତ ହୋଇ ଭାରତୀୟ ଭେ‌ଷଜ ମହାନିୟନ୍ତ୍ରକ (ଡିସିଜିଆଇ)ର ଅନୁମତି ହାସଲ କରିସାରିଛି। ସେଥିରୁ ଗୋଟିଏ ହେଲା ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡ ଟିକା ଓ ଅନ୍ୟଟି ହେଲା ହାଇଦ୍ରାବାଦଭିତ୍ତିକ ଭାରତ ବାୟୋ‌ଟେକ୍‌ର କୋଭାକ୍ସିନ ଟିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe