କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ରହିଛି । ବର୍ତମାନ ଦୈନିକ ସଂକ୍ରମଣ ୭୦ ହଜାର ଉପରେ ରହୁଛି । ଏପରି ସମୟରେ କରୋନା ଉପରେ ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଛି ଏପ୍ରିଲ ମାସର ଟିକାକରଣ । ସାରାଦେଶରେ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ଟିକାଦାନ କରାଯିବ । ସପ୍ତାହର ସମସ୍ତ ଦିନ ଟିକା କରଣ ପାଇଁ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।
ଦେଶରେ ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨ ଦିନ ପରେ ସବୁଠୁ ଅଧିକ । ଦେଶର ୮ଟି ରାଜ୍ୟର ସଂକ୍ରମଣ କରୋନାର ସ୍ଥିତିକୁ ଅଧିକ ସଙ୍ଗୀନ କରିଛି । ଏହା ମଧ୍ୟରେ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ରହିଛି ମହାରାଷ୍ଟ୍ର । ଦେଶରେ ଏବେ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହାର ପ୍ରାୟ ୬୧ ପ୍ରତିଶତରୁ ଅଧିକ ଆସୁଛନ୍ତି ମହାରାଷ୍ଟ୍ରରୁ । ଏହାରି ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୮୪ ହଜାର ଅତିକ୍ରମ କରିଛି ।
ଏପ୍ରିଲ ମାସର ୧ ତାରିଖରୁ ସାରା ଦେଶରେ ଆରମ୍ଭ ହୋଇଛି ଏପ୍ରିଲ ଟିକାକରଣ । ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ପର୍ଯ୍ୟାୟରେ ଟିକାଦାନ କରାଯାଉଛି । ଆଉ ସପ୍ତାହର ସମସ୍ତ ଦିନ ଡାକ୍ତରଖାନା ଗୁଡିକର ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀରୁ ଜୟପୁର, ଗୁଜରାଟରୁ ନାଗପୁର ସବୁଠାରେ ଆରମ୍ଭ ହୋଇଛି ଏପ୍ରିଲ ଟିକାକରଣ । ଟିକା ନେବା ପରେ ଖୁସି ପ୍ରକାଶ କରିଛନ୍ତି ସମସ୍ତେ ।
ଦେଶରେ ଦିନକୁ ଦିନ ଥମିବାର ନାଁ ଧରୁନି କରୋନା ସଂକ୍ରମଣ । ଏସବୁ ଭିତରେ ଆରମ୍ଭ ହୋଇଛି ଏପ୍ରିଲ ଟିକାକରଣ । ଏହି ଟିକାକରଣ ଦେଶରେ କରୋନା ଉପରେ କେତେ ଅଙ୍କୁଶ ଲଗାଇ ପାରୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।