୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଦେଶରେ ଉପଲବ୍ଧ ହୋଇପାରେ ଟିକା । ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ଅନୁମତି ମାଗିଲା ଜୟଡସ କାଡିଲା

136

କନକ ବ୍ୟୁରୋ: କୋଭିଡର ତୃତୀୟ ଲହର ପିଲାଙ୍କ ପାଇଁ ବେଶୀ ଭୟଙ୍କର ଥିବା ଆଶଙ୍କା ଭିତରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଦେଇଛନ୍ତି ଏକ ଖୁସି ଖବର । ଖୁବଶୀଘ୍ର ଦେଶର ଛୋଟ ଛୋଟ ପିଲାଙ୍କୁ ଦିଆଯିବ କରୋନା ନିରୋଧି ଟିକା କୋଭାକ୍ସିନ । ଭାରତରେ ୧୮ ବର୍ଷରୁ କମ୍ ପିଲାଙ୍କ ଠାରେ କରୋନା ଟିକାର ପ୍ରୟୋଗ ସେପ୍ଟେମ୍ବର ୨୦୨୧ରୁ ଆରମ୍ଭ ହେବ ।
୧୮ ବର୍ଷରୁ କମ୍ ପିଲାଙ୍କୁ ଖୁବଶୀଘ୍ର ଦିଆଯିବ କରୋନା ଟୀକା । ଏହାକୁ ନେଇ ପର୍ଯ୍ୟାୟ କ୍ରମେ ପରୀକ୍ଷଣ କରାଯାଉଛି । ଭାରତ ବାୟୋଟେକ ୨ରୁ ୬ ବୟସର ଶିଶୁଙ୍କ ପାଇଁ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜର ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ କରିବାକୁ ଯାଉଛି । ଦିଲ୍ଲୀ ଏମ୍ସରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ଏହି ପରୀକ୍ଷଣର ସଫଳତା ଭାରତର କରୋନା ଲଢ଼େଇକୁ ନିର୍ଣ୍ଣାୟକ ରୂପ ଦେବ ବୋଲି କୁହଯାଉଛି । କୋଭିଡ ମହାମାରୀର ତୃତୀୟ ଲହର ଆସିବା ପୂର୍ବରୁ ଭାରତରେ ଟିକାକରଣ ବାବଦ ସମସ୍ତ ଜରୁରୀ ପ୍ରକ୍ରିୟା ଶେଷ କରିବାକୁ ଏମ୍ସ ଲକ୍ଷ ରଖିଛି । ଏମ୍ସ ନିର୍ଦ୍ଦେଶକ ଡ ରଣଦୀପ ଗୁଲେରିଆ କହିଛନ୍ତି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରେ ।

ଅନ୍ୟପକ୍ଷେ ପୂର୍ବରୁ ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଦିଆଯାଇଥିବା ସୂଚନା ଅନୁସାରେ ଜାଇଡସ କ୍ୟାଡିଲା ଏହାର ଡିଏନଏରେ ଆଧାରିତ କୋଭିଡ ଟିକା ଜାଇକୋଭ- ଡି ୧୨ରୁ ୧୮ବୟସ ଶ୍ରେଣୀ ପାଇଁ କ୍ଲିନିକାଲ ପରୀକ୍ଷା ଶେଷ ହୋଇଛି । ଆଇନଗତ ମଂଜୁରୀ ମିଳିବା ପରେ ଏହା ନିକଟ ଭବିଷ୍ୟତରେ ଉବଲବ୍ଧ ହୋଇପାରେ । ପିଲାଙ୍କ ପାଇଁ କୋଭାକ୍ସିନ ପରୀକ୍ଷଣ ଏମ୍ସ ସମେତ ଦେଶର ୬ଟି କେନ୍ଦ୍ରରେ ହେଉଛି । ତେବେ ଏହାର ଫଳାଫଳ ସେପ୍ଟେମ୍ବରରେ ହିଁ ଆସିବ ବୋଲି ଜଣାପଡ଼ିଛି ।

ପିଲାଙ୍କ ଟିକାକରଣ ସମେତ ବୁଷ୍ଟର ସର୍ଟସ୍ କୁ ନେଇ ଡାକ୍ତର ଗୁଲେରିଆ କହିଛନ୍ତି, – ସମୟ ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମି କମି ଯାଏ । ତେଣୁ ବୁଷ୍ଟର ସର୍ଟସ୍ ନେବା ଉଚିତ ରହିବ ।