କରୋନା ଟିକା ନେଇ ଆସିଲା ଖୁସି ଖବର: ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାରକୁ ଡିସିଜିଆଇର ଅନୁମତି; ସ୍ୱାଗତ ଜଣାଇଲା ‘ହୁ’

101

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ଭାରତରେ ୨ଟି ଟିକାକୁ ଡିସିଜିଆଇର ମିଳିଲା ଅନୁମତି । କୋଭିଡ଼ ଭ୍ୟାକସିନ୍ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ ବ୍ୟବହାର ନେଇ ଡିସିଜିଆଇର ଅନୁମତି ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ ଟିକାକୁ ମିଳିଲା ଅନୁମୋଦନ । କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ ନେଇ ବିଧିବଦ୍ଧ ଅନୁମୋଦନ ମଳିଛି । ପୂର୍ବରୁ ବିଶେଷଜ୍ଞ କମିିଟି ଟିକା ବ୍ୟବହାରକୁ ଦେଇଥିଲେ ଅନୁମତି । ଏବେ ଜିସିଜିଆଇ ଟିକାକୁ ଅନୁମତି ଦେବା ପରେ ଖୁବଶୀଘ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହେବ । ଅନୁମୋଦନ ପାଇବାକୁ ଥିବା କୋଭାକ୍ସିନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଟିକା । ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ କୋଭାକ୍ସିନର ବିକାଶ କରିଛନ୍ତି । ସେହିଭଳି କେଭିସିଲ୍ଡକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନିକା ବିକଶିତ କରିଥିବା ବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଭାରତରେ ଏହାକୁ ପ୍ରସ୍ତୁତ କରିଛି । ଏହି ସଂସ୍ଥା କୋଭିସିଲ୍ଡର ୫ କୋଟି ଡୋଜ ପ୍ରସ୍ତୁତ କରିସାରିଛି । ଏବେ ଡ୍ରାଏରନର ପ୍ରକ୍ରିୟା ଜାରି ରହିଛି ଓ ଏହା ସକାରାତ୍ମକ ରହିଛି ।

କରୋନା ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ନିର୍ମିତ ଟିକାକୁ ଅନୁମତି ମିଳିବା ଗର୍ବର ବିଷୟ ବୋଲି କହିଛନ୍ତି ମୋଦି । ଏହା ସହ ସେରମ ଓ ଭାରତ ବାୟୋଟେକକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ସହ ଅଭିନନ୍ଦନ ଜଣାଇଛନ୍ତି ମୋଦି । ସେହିପରି କୋଭିଡ଼ ଭ୍ୟାକ୍ସିନକୁ ନେଇ ଭାରତର ପଦକ୍ଷେପକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏନେଇ ଟୁଇଟ କରି ସୁଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାଉଥ-ଏସିଆ ରିଜିଅନର ଆଂଚଳିକ ନିର୍ଦ୍ଦେଶକ ପୁନମ୍ କ୍ଷେତ୍ରପାଲ ସିଂ ।

ତେବେ ଭ୍ୟାକ୍ସିନର ପାଶ୍ୱର୍ ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାର ଉତର ରଖିଛନ୍ତି ଡ଼ିସିଜିଆଇର ନିର୍ଦ୍ଦେଶକ ବି.ଜି ସୋମାନୀ । ସେ କହିଛନ୍ତି ଟିକା ସମ୍ପୁର୍ଣ୍ଣ ଭାବେ ଲୋକଙ୍କ ପାଇଁ ସୁରକ୍ଷିତ । ଶହେ ରୁ ଶହେ ଦଶ ପ୍ରତିଶତ ସୁରକ୍ଷିତ ଥିବା ନେଇ ଉତର ରଖିଛନ୍ତି ବିଜି ସୋମାନୀ । ଟିକାର ଅଳ୍ପ ପାଶ୍ୱର୍ ପ୍ରତିକ୍ରିୟା ରହିଛି ଏଥିପାଇଁ ଚିନ୍ତା କରିବାର କିଛି ନାହିଁ ବୋଲି କହିଛନ୍ତି ବିଜି ସୋମାନୀ । ସାମାନ୍ୟ ଜ୍ୱର, ଆଲର୍ଜିକ୍ ଭଳି ରିଆକ୍ସନ୍ ପ୍ରତେକ ଭ୍ୟାକ୍ସିନ୍ରେ ରହିଥାଏ ବୋଲି ସେ କହିଛନ୍ତି । ନମ୍ପୁସକତା ନେଇ ଗୁଜବକୁ ବକବାସ୍ ବୋଲି କହିଛନ୍ତି ବିଜି ସୋମାନୀ । ଏଥିପ୍ରତି ଧ୍ୟାନ ଦେବାର କିଛି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।