ଟ୍ରେନିଂ ସରିବ, ଟୀକା ମିଳିବ । ଜୁଲାଇ ୧୫ ସୁଦ୍ଧା ସରିବ ଟୀକା ପାଇଁ ଟ୍ରେନିଂ । ଭ୍ୟାକ୍ସିନ ନେବାକୁ ଧାଡିରେ ଛିଡା ହେବେନି ଗର୍ଭବତୀ ।

291

କନକ ବ୍ୟୁରୋ: ଟ୍ରେନିଂ ସରିବ, ଟୀକା ମିଳିବ । ଖୁବଶୀଘ୍ର ଗର୍ଭବତୀ ମହିଳାଙ୍କୁ ମିଳିବ ଟୀକା । ଗର୍ଭବତୀ ମହିଳାଙ୍କୁ ଟୀକା ଦେବାକୁ ଜୁଲାଇ ୧୫ ସୁଦ୍ଧା ସରିବ ଟ୍ରେନିଂ । ଭ୍ୟାକ୍ସିନେସନ ପାଇଁ ପ୍ରସ୍ତୁତ କରାଯିବ ତାଲିକା । ଏଏନଏମମାନେ ଗର୍ଭବତୀ ମହିଳାଙ୍କୁ ଟୀକାକରଣ ବାବଦରେ ବୁଝାଇବେ । ଫଳରେ ଗର୍ଭବତୀଙ୍କୁ ଟୀକା ନେବାକୁ ଦୀର୍ଘବାଟ ଅତିକ୍ରମ କରିବାକୁ ପଡିବନି ।

ତେବେ ଟୀକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । କେହି ବି ଗର୍ଭବତୀ ଟୀକା ନେବାକୁ ଧାଡିରେ ଛିଡା ହେବେ ନାହିଁ । ଟୀକା ନେବା ପରେ ୩୦ ମିନିଟ୍ ଗର୍ଭବତୀଙ୍କୁ ନିରୀକ୍ଷଣରେ ରଖାଯିବ । ଟୀକାକରଣ ପାଶ୍ୱର୍ ପ୍ରତିକ୍ରିୟା ନେଇ ତୁରନ୍ତ ଅବଗତ କରାଯିବ । ଜିଲ୍ଲାସ୍ତରରେ ଗଠନ ହୋଇଥିବା ବିଶେଷଜ୍ଞ କମିଟିକୁ ଅବଗତ କରାଯିବ । ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞ କମିଟିର ସଦସ୍ୟ ରହିବେ । ପ୍ରତିଦିନ ଟୀକାକରଣ ବାବଦରେ ସନ୍ଧ୍ୟା ୬ଟା ସୁଦ୍ଧା ଜିଲ୍ଲାକୁ ଖବର ଆସିବ ।

ତେବେ ଗର୍ଭବତୀଙ୍କୁ ଟୀକାକରଣ ନେଇ କେନ୍ଦ୍ର ମାର୍ଗଦର୍ଶିକା ଜାରି କରିଥିଲେ ବି ରାଜ୍ୟ ଟ୍ରେନିଂ ଓ କର୍ମଶାଳା ପରେ ଟୀକା ଦେବାକୁ ନିଷ୍ପତ୍ତି କରିଛି ।