କନକ ବ୍ୟୁରୋ : କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ଚିନ୍ତା ବଢାଉଥିବା ବେଳେ, ଟୀକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଆଉ ଏହାରି ଭିତରେ ଅଧିକ ଚିନ୍ତା ବଢାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ଟୀକାକରଣ ପାଇଁ ଟୀକାର ଅଭାବ ରହିଛି । ବର୍ତ୍ତମାନ ରାଜ୍ୟରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ପାଇଁ ୨,୮୩୦ କୋଭାକ୍ସିନ୍ ଟୀକା ଅଛି । ତେବେ ଟୀକା ଅଭାବ ଯୋଗୁଁ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଟୀକାକରଣ ବାଧାପ୍ରାପ୍ତ ହେଉଛି ।
ବିଭିନ୍ନ ସେସନରେ ଟୀକା ଦିଆଯାଇପାରୁନି । ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ପାଇଁ ମହଜୁଦ ଥିବା ଟୀକାକୁ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତେବେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଖରୁ କୌଣସି ଉତ୍ତର ଆସିନାହିଁ ।