ମେ’ ମାସରୁ ଆରମ୍ଭ ହେବ ୧୮ ରୁ ଅଧିକ ବୟସ୍କଙ୍କ ଟିକାକରଣ : ଏନେଇ ଏସଓପି ଜାରି କରିବେ ରାଜ୍ୟ ସରକାର

ସେପଟେ, ଆଜି ୭୫୦ କେନ୍ଦ୍ରରେ ଟିକାକରଣ ଚାଲିଛି; ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀଙ୍କ ସୂଚନା

173

କନକ ବ୍ୟୁରୋ : ମେ’ ମାସରୁ ଆରମ୍ଭ ହେବ ୧୮ ରୁ ଅଧିକ ବୟସ୍କଙ୍କ ଟିକାକରଣ । ଏନେଇ ଏସଓପି ଜାରି କରିବେ ରାଜ୍ୟ ସରକାର । ୧୮ ରୁ ୪୫ ବର୍ଷ ଭିତରେ ୪୨ ପ୍ରତିଶତ ଲୋକ ରହିଛନ୍ତି । ତେଣୁ ଟିକାକରଣ କେନ୍ଦ୍ର ବଢ଼ାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଏଥିସହ କହିଛନ୍ତି ଟିକା ଦର ଧାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ନିୟମ କରି ଉତ୍ପାଦନକାରୀ କମ୍ପାନୀମାନଙ୍କୁ କ୍ଷମତା ଦେଇଛନ୍ତି ।

ସିରମ ଦର ଧାର୍ଯ୍ୟ କରିଛି । ଘରୋଇ ହସ୍ପିଟାଲରେ ଯାହା ଟିକାକରଣ ଚାଲିଛି ତାହା କେନ୍ଦ୍ର ସରକାର ଦେଉଛନ୍ତି । ହେଲେ, ମେ ୧ ରୁ ଆଉ କେନ୍ଦ୍ର ସରକାର ଦେବେ ନାହିଁ । ଘରୋଇ ହସ୍ପିଟାଲ ସିଧାସଳଖ କମ୍ପାନୀଠାରୁ ଟିକା କିଣିବେ । କେଉଁ ଟିକା ଅଧିକ ପ୍ରଭାବଶାଳୀ ପ୍ରସଙ୍ଗରେ କହିଛନ୍ତି ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ପ୍ରଭାବଶାଳୀ ଓ ଡବଲ ମ୍ୟୁଟାଂଟ ବିରୋଧରେ କାର୍ଯ୍ୟ କରୁଛନ୍ତି ।

ସେହିଭଳି ଗତକାଲି ୧୦୨୪୦୭ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ୫୩,୫୯,୭୯୪ ସମୁଦାୟ ଟିକାକରଣ ହୋଇଛି । ଆଜି ୭୫୦ କେନ୍ଦ୍ରରେ ଟିକାକରଣ ଚାଲିଛି । ୨.୬ ଲକ୍ଷ କୋଭିସିଲ୍ଡ ମହଜୁଦ ଅଛି । ସେହିପରି ୧.୯ ଲକ୍ଷ କୋଭାକ୍ସିନ୍ ମହଜୁଦ ରହିଛି। ଏଯାଏ ଟିକା ଆସିବା ଖବର ନାହିଁ । ଆଜି ସବୁ ଜିଲ୍ଲାରେ ଚାଲିଛି । ହେଲେ ୨ ଦିନରେ ଟିକା ସରିଯିବ।