କନକ ବ୍ୟୁରୋ : ସାରାବିଶ୍ୱରେ କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବାବେଳେ, ଏହା ବିରୋଧରେ ଟିକା ପ୍ରଭାବି ହୋଇନପାରେ ନେଇ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଚର୍ଚ୍ଚାର ବିଷୟ ହୋଇଛି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ କରୋନା ଭୂତାଣୁର ମୁକାବିଲା ପାଇଁ ବ୍ୟବହାର ହେଉଥିବା ଅଧିକାଂଶ ଟିକା କାର୍ଯ୍ୟ କରିନପାରେ ।

Advertisment

କେବଳ ମଡେର୍ଣ୍ଣା ଓ ଫାଇଜର ଟିକା ଏମଆରଏନଏ ପଦ୍ଧତିରେ ତିଆରି ହୋଇଥିବାରୁ କିଛି ମାତ୍ରାରେ ପ୍ରଭାବି ହୋଇପାରେ । କିନ୍ତୁ ଆଷ୍ଟ୍ରାଜେନିକା, ଜନସନ ଆଣ୍ଡ ଜନସନ୍, ସିନୋଭାକ୍, ସ୍ଫୁଟନିକ ଭି ଭଳି ଟିକା ପୁରୁଣା ପଦ୍ଧତିରେ ପ୍ରସ୍ତୁତ ହୋଇଥିବାରୁ ଓମିକ୍ରନ ବିରୋଧରେ ଏହା ପ୍ରଭାବି ହୋଇନପାରେ । ଗ୍ଲୋବାଲ ହେଲଥ ପଲିସି ସେଣ୍ଟରର ନିର୍ଦ୍ଦେଶକ ଷ୍ଟିଫେନ ମୋରିସନ କହିଛନ୍ତି, ଟିକା ଦ୍ୱାରା ଯେତିକି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି ତାହା ଓମିକ୍ରନକୁ ରୋକିବାରେ ସକ୍ଷମ ହୋଇନପାରେ । ଯାହାକି ସାରା ବିଶ୍ୱ ପାଇଁ ଏକ ବଡ ସମସ୍ୟା ହୋଇପାରେ ।