କରୋନା ବେଳେ ଗର୍ଭବତୀ ହେଲେ କରିବେ କ’ଣ ? ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁର ସୁରକ୍ଷା ନେଇ ପଢନ୍ତୁ ଡ଼ାକ୍ତରଙ୍କ ପରାମର୍ଶ ।

325

କନକ ବ୍ୟୁରୋ: କରୋନା ବେଳେ ଗର୍ଭବତୀ ହେଲେ କଣ କରିବେ ଏବଂ ଗର୍ଭବତୀ ସ୍ତ୍ରୀ ଲୋକମାନେ କେଉଁ କେଉଁ ସତର୍କତା ଅବଲମ୍ବନ କରିବେ ଆଜି ସେନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ କହିବା ଅନୁସାରେ, କରୋନା କାଳରେ ଗର୍ଭଧାରଣ ନେଇ କୌଣସି ନିର୍ଦ୍ଦେଶାବଳୀ ନାହିଁ । ଯଦି ଗର୍ଭ ରହିଯାଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ । ଅନ୍ୟପଟେ ଗର୍ଭବତୀ ଓ ସନ୍ତ୍ୟପାନ କରୁଥିବା ମହିଳାମାନେ ଟିକାନେଇପାରିବେ ନାହିଁ ବୋଲି ସେ କହିଛନ୍ତି । ତେବେ ନଜର ପକାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ…

ଗର୍ଭବତୀ ମହିଳାଙ୍କୁ କରୋନା ଟିକା ମନା

  • କରୋନା କାଳରେ ଗର୍ଭଧାରଣ ନେଇ କିଛି ନିର୍ଦ୍ଦେଶାବଳୀ ନାହିଁ
  • ଯଦି ଗର୍ଭ ରହିଗଲା ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ
  • ଗର୍ଭାବସ୍ଥାରେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଏ
  • ଏହି ସମୟରେ କରୋନା ହେଲେ ମା ଓ ଶିଶୁଙ୍କୁ ସମସ୍ୟା ହୁଏ
  • ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ ପରୀକ୍ଷାରେ ବ୍ୟବଧାନ ଆଣନ୍ତୁ
  • ଜଟିଳତା ନଥିଲେ ପ୍ରତି ମାସ ବଦଳରେ ୨ ମାସରେ ପରୀକ୍ଷା କରନ୍ତୁ
  • କୋଭିଡ୍ ଗାଇଡଲାଇନ୍ ମାନି ଅଲଟ୍ରାସାଉଣ୍ଡ କରନ୍ତୁ
  • ଗର୍ଭାବସ୍ଥାରେ ମହିଳାଙ୍କୁ କରୋନା ଟିକା ଦିଆଯାଇପାରିବ ନାହିଁ
  • ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା’ଙ୍କୁ କରୋନା ଟିକା ମନା