କନକ ବ୍ୟୁରୋ: କରୋନା ବେଳେ ଗର୍ଭବତୀ ହେଲେ କଣ କରିବେ ଏବଂ ଗର୍ଭବତୀ ସ୍ତ୍ରୀ ଲୋକମାନେ କେଉଁ କେଉଁ ସତର୍କତା ଅବଲମ୍ବନ କରିବେ ଆଜି ସେନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ କହିବା ଅନୁସାରେ, କରୋନା କାଳରେ ଗର୍ଭଧାରଣ ନେଇ କୌଣସି ନିର୍ଦ୍ଦେଶାବଳୀ ନାହିଁ । ଯଦି ଗର୍ଭ ରହିଯାଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ । ଅନ୍ୟପଟେ ଗର୍ଭବତୀ ଓ ସନ୍ତ୍ୟପାନ କରୁଥିବା ମହିଳାମାନେ ଟିକାନେଇପାରିବେ ନାହିଁ ବୋଲି ସେ କହିଛନ୍ତି । ତେବେ ନଜର ପକାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ...
ଗର୍ଭବତୀ ମହିଳାଙ୍କୁ କରୋନା ଟିକା ମନା
- କରୋନା କାଳରେ ଗର୍ଭଧାରଣ ନେଇ କିଛି ନିର୍ଦ୍ଦେଶାବଳୀ ନାହିଁ
- ଯଦି ଗର୍ଭ ରହିଗଲା ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ
- ଗର୍ଭାବସ୍ଥାରେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଏ
- ଏହି ସମୟରେ କରୋନା ହେଲେ ମା ଓ ଶିଶୁଙ୍କୁ ସମସ୍ୟା ହୁଏ
- ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ ପରୀକ୍ଷାରେ ବ୍ୟବଧାନ ଆଣନ୍ତୁ
- ଜଟିଳତା ନଥିଲେ ପ୍ରତି ମାସ ବଦଳରେ ୨ ମାସରେ ପରୀକ୍ଷା କରନ୍ତୁ
- କୋଭିଡ୍ ଗାଇଡଲାଇନ୍ ମାନି ଅଲଟ୍ରାସାଉଣ୍ଡ କରନ୍ତୁ
- ଗର୍ଭାବସ୍ଥାରେ ମହିଳାଙ୍କୁ କରୋନା ଟିକା ଦିଆଯାଇପାରିବ ନାହିଁ
- ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା’ଙ୍କୁ କରୋନା ଟିକା ମନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/19-2.jpg)