ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ ଟିକାକରଣ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା; ୨ୟ ପର୍ଯ୍ୟାୟ ପାଇଁ ୨ଲକ୍ଷରୁ ଅଧିକ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ

ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ ଟିକାକରଣ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା; ୨ୟ ପର୍ଯ୍ୟାୟ ପାଇଁ ୨ଲକ୍ଷରୁ ଅଧିକ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ

କନକ ବ୍ୟୁରୋ: ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦେବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜାନୁଆରି ୧୬ ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଦ୍ୱିତୀୟ ଡୋଜ କାର୍ଯ୍ୟକ୍ରମ ଫେବ୍ରୁଆରି ୧୪ ତାରିଖରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ଲକ୍ଷ ୯୨ ହଜାର ଟିକାକରଣ କରାଯିବା ଲକ୍ଷ୍ୟ ରଖାଯାଇଥିଲା, ତାହା ଆଜି ସମ୍ପୂର୍ଣ୍ଣ ହୋଇପାରେ।

ଅବଶିଷ୍ଟ ଲୋକମାନଙ୍କୁ ୨୮ ତାରିଖରୁ ଟିକା ଦିଆଯିବ। ଏ ପର୍ଯ୍ୟନ୍ତ ୧ ଲକ୍ଷ ୫୨ହଜାର ୩୫୧ ଜଣଙ୍କର ଟିକାକରଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କର ଡାଟାବେସ ପ୍ରସ୍ତୁତ ହେଉଛି। ଆଜି ରାତି ୧୨ଟା ପରେ ଜଣାପଡ଼ିବ କେତେ କୋଭିଡ ଯୋଦ୍ଧା ପଞ୍ଜିକୃତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨ୟ ପର୍ୟ୍ୟୟ ପାଇଁ ୨ଲକ୍ଷରୁ ଅଧିକ ପ୍ରମୁଖ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି । ୨ୟ ପର୍ଯ୍ୟାୟ ସରିଲା ପରେ ୩ୟ ପର୍ୟ୍ୟାୟରେ ୫୦ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe