୧୨ରୁ ୧୫ ବର୍ଷ ପିଲାଙ୍କୁ କରୋନା ଟିକା ପାଇଁ ବିଟ୍ରେନର ଅନୁମତି : ପୂର୍ବରୁ ଅନୁମତି ଦେଇଥିଲେ ଆମେରିକା ଓ କାନାଡ଼ା

୧୨ରୁ ୧୫ ବର୍ଷ ପିଲାଙ୍କୁ କରୋନା ଟିକା ପାଇଁ ବିଟ୍ରେନର ଅନୁମତି : ପୂର୍ବରୁ ଅନୁମତି ଦେଇଥିଲେ ଆମେରିକା ଓ କାନାଡ଼ା

କନକ ବ୍ୟୁରୋ : ୟୁରୋପୀୟ ସଂଘ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରେ ବ୍ରିଟେନର ଔଷଧ ନିୟାମକ ସଂସ୍ଥା ଦ ମେଡିସିନସ ଆଣ୍ଡ୍ ହେଲ୍‌ଥକେୟାର ପ୍ରଡକ୍ଟ ରେଗୁଲେଟୋରି ଏଜେନ୍ସି ପିଲାଙ୍କ ଟିକାକରଣକୁ ଅନୁମତି ପ୍ରଦାନ କରିଛି । ବ୍ୟାପକ ସମୀକ୍ଷା ପରେ ଏମ୍‌ଏଚ୍‌ଆର୍‌ଏ କହିଛି ଫାଇଜର/ ବାୟୋ‌ଏନଟେକ୍ ଟିକା ୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ନିରାପଦ ।

ଛୋଟ ପିଲାଙ୍କ ଉପରେ ଉକ୍ତ ଟିକାର ନୈଦାନିକ ପରୀକ୍ଷଣ ପରେ ଏହାକୁ ଏମ୍‌ଏଚ୍‌ଆର୍‌ଏ ମଞ୍ଜୁରି ଦେଇଛି । ସୁରକ୍ଷା, ଗୁଣବତ୍ତା ଏବଂ ଫଳପ୍ରଦତାର ଆଶାନୁରୂପ ମାନ ଏହି ଟିକା ପୂରଣ କରିପାରିଛି ବୋଲି କୁହାଯାଇଛି । ଆମେରିକା ଏହାର କିଶୋରମାନଙ୍କୁ ଟିକ‌ାଦେବା ଆରମ୍ଭ କରିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe