କନକ ବ୍ୟୁରୋ : ୟୁରୋପୀୟ ସଂଘ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରେ ବ୍ରିଟେନର ଔଷଧ ନିୟାମକ ସଂସ୍ଥା ଦ ମେଡିସିନସ ଆଣ୍ଡ୍ ହେଲ୍ଥକେୟାର ପ୍ରଡକ୍ଟ ରେଗୁଲେଟୋରି ଏଜେନ୍ସି ପିଲାଙ୍କ ଟିକାକରଣକୁ ଅନୁମତି ପ୍ରଦାନ କରିଛି । ବ୍ୟାପକ ସମୀକ୍ଷା ପରେ ଏମ୍ଏଚ୍ଆର୍ଏ କହିଛି ଫାଇଜର/ ବାୟୋଏନଟେକ୍ ଟିକା ୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ନିରାପଦ ।
ଛୋଟ ପିଲାଙ୍କ ଉପରେ ଉକ୍ତ ଟିକାର ନୈଦାନିକ ପରୀକ୍ଷଣ ପରେ ଏହାକୁ ଏମ୍ଏଚ୍ଆର୍ଏ ମଞ୍ଜୁରି ଦେଇଛି । ସୁରକ୍ଷା, ଗୁଣବତ୍ତା ଏବଂ ଫଳପ୍ରଦତାର ଆଶାନୁରୂପ ମାନ ଏହି ଟିକା ପୂରଣ କରିପାରିଛି ବୋଲି କୁହାଯାଇଛି । ଆମେରିକା ଏହାର କିଶୋରମାନଙ୍କୁ ଟିକାଦେବା ଆରମ୍ଭ କରିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/Untitled-design-65.png)