କୋଭିଡ ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ ଆସନ୍ତା ବର୍ଷ ଆରମ୍ଭରେ ଭାରତକୁ ମିଳିଯିବ କୋଭିଡ ଟିକା; ଭ୍ୟାକସିନ ବିତରଣ ନେଇ ଏବେ ପ୍ରସ୍ତୁତ ହେଉଛି ରଣନୀତି

200

କନକ ବ୍ୟୁରୋ: ସାରା ବିଶ୍ୱକୁ କରୋନା କଲବଲ କରୁଥିବା ବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଆସିବ କରୋନା ଟିକା । ଆଜି ଏହି ପ୍ରଶ୍ନର ଉତର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । କହିଛନ୍ତି, ଆସନ୍ତା ବର୍ଷ ଆରମ୍ଭରେ ଏକାଧିକ ସ୍ରୋତରୁ କରୋନା ଟିକା ମିଳିବା ନେଇ ଆଶା ରଖିଛି ଭାରତ । ଦେଶରେ କରୋନା ଟିକା କେମିତି ବିତରଣ କରାଯିବ ସେନେଇ ଦେଶର ବିଶେଷଜ୍ଞମାନେ ଏବେ ରଣନୀତି ପ୍ରସ୍ତୁତି କରିବାରେ ଲାଗିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଦେଶରେ ଏବେ  ୪ଟି କରୋନା ଭାଇରସ ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଆଡଭାନ୍ସ ଷ୍ଟେଜରେ ଥିବା କହିଛନ୍ତି ଡକ୍ଟର ହର୍ଷବର୍ଦ୍ଧନ ।

ସେପଟେ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ନିର୍ମିତ ଇମ୍ୟୁନିଟି ବା ଭୂତାଣୁ ପ୍ରତିରୋଧକ ଶକ୍ତି ସୁରକ୍ଷା କବଡ ନୁହେଁ । ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ପୁନଃ ସଂକ୍ରମିତ ହେବାର ଭୟ ରହିଛି । ବିଶ୍ୱର ୪ଟି ପ୍ରାମାଣିକ ପୁନଃସଂକ୍ରମଣ ମାମଲାକୁ ନେଇ ଏକ ରିସର୍ଚ୍ଚ ଷ୍ଟଡି ପ୍ରକାଶ କରିଛି ପ୍ରତିଷ୍ଠିତ  ଲାନସେଟ ଇନଫେକଟିଅସ ଡିଜିଜ ଜର୍ଣ୍ଣାଲ । ଏଥିରେ କୁହାଯାଇଛି, ଦ୍ୱିତୀୟ ଥର ସଂକ୍ରମିତ ବ୍ୟକ୍ତିଙ୍କ ଠାରେ କରୋନାର ଗମ୍ଭୀର ଲକ୍ଷଣ ଦେଖାଯାଉଛି ।