ମୋଦୀଙ୍କ ଜନ୍ମଦିନରେ ଟିକାକରଣର ଭାଙ୍ଗିଲା ସମସ୍ତ ରେକର୍ଡ: ଗୋଟିଏ ଦିନରେ ଟପିଲା ୨ କୋଟି ଟିକା

117

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଖାସ କରିବା ପାଇଁ ମହାଟିକାକରଣ ଅଭିଯାନରେ ପୁଣିଥରେ ରେକର୍ଡ ସଂଖ୍ୟକ ଟିକାଦାନ କରାଯାଇଛି । ମୋଦିଙ୍କ ୭୧ତମ ଜନ୍ମଦିନରେ ବିଜେପି ପକ୍ଷରୁ ୨୦ ଦିନ ଧରି ଏକ ମେଗା କାର୍ଯ୍ୟକ୍ରମ ‘ସେବା ଓ ସମର୍ପଣ ଅଭିଯାନ’ ଆରମ୍ଭ କରାଯାଇଛି । ଜନସେବାରେ ପ୍ରଧାନମନ୍ତ୍ରୀଙ୍କ ୨୦ ବର୍ଷ ପୂରଣ ହେବା ଉପଲକ୍ଷେ ଦଳ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଯୋଜନା କରାଯାଇଛି ।

୭୧ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ଶୁଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସେ ସୁସ୍ଥ ରୁହନ୍ତୁ, ଦିର୍ଘାୟୁ ହୁଅନ୍ତୁ ଏବଂ ଦେଶସେବାରେ ଲିପ୍ତ ରୁହନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି । କେବଳ ରାଷ୍ଟ୍ରପତି ନୁହଁନ୍ତି ବିଭିନ୍ନ ବର୍ଗର ଲୋକେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସଚିନ୍ ତେନ୍ଦୁଲକର ଓ ବିରାଟ କୋହଲି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ଖାସ କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ରେକର୍ଡ ସଂଖ୍ୟକ ଟିକାକରଣ କରାଯାଇଛି । ୪ର୍ଥ ଥର ପାଇଁ ଦୈନିକ ଟିକାକରଣ ୧ କୋଟି ଟପିଥିବାବେଳେ ମୋଦିଙ୍କ ଜନ୍ମଦିନରେ ଏହା ଦେଢ କୋଟି ଟପି ଯାଇଛି । ଯାହାକୁ ନେଇ ଟ୍ୱିଟ କରିସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡିଭ୍ୟ । ସେପଟେ ମୋଦିଙ୍କ ୭୧ତମ ଜନ୍ମଦିନରେ ବିଜେପି ପକ୍ଷରୁ ୨୦ ଦିନ ଧରି ଏକ ମେଗା କାର୍ଯ୍ୟକ୍ରମ ‘ସେବା ଓ ସମର୍ପଣ ଅଭିଯାନ’ ଆରମ୍ଭ କରାଯାଇଛି । ଜନସେବାରେ ପ୍ରଧାନମନ୍ତ୍ରୀଙ୍କ ୨୦ ବର୍ଷ ପୂରଣ ହେବା ଉପଲକ୍ଷେ ଦଳ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଯୋଜନା କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଚିତ୍ର ଆଙ୍କିଛନ୍ତି ଓଡ଼ିଆ ଚିତ୍ରକର ପ୍ରିୟଙ୍କା ଶାହାଣୀ । ବିଭିନ୍ନ ଶଷ୍ୟର ବ୍ୟବହାର କରି ଏହି ଚିତ୍ର ଆଙ୍କିଛନ୍ତି ପ୍ରିୟଙ୍କା । ଏଥିରେ ସେ ହରଡ, ମୁଗ, ମସୁର, ଚୂଡା, ଚାଉଳ ଆଦି ବ୍ୟବହାର କରିଛନ୍ତି । ଏହା ସହ ଏହି ଚତ୍ରରେ ଓଡ଼ିଶା ସଂସ୍କୃତିକୁ ଦର୍ଶାଇଛନ୍ତି ପ୍ରିୟଙ୍କା । ପ୍ଲାଏରେ ତିଆରି ହୋଇଥିବା ଏହି ଫଟୋର ଉଚ୍ଚତା ୬ ଫୁଟ ଓ ଚଉଡା ୪ ଫୁଟ । ସମସ୍ତ ଓଡ଼ିଆ ତରଫରୁ ଏହା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଭେଟି ବୋଲି କହିଛନ୍ତି ପ୍ରିୟଙ୍କା । ସେହିପରି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସାରା ଦେଶରେ ବିଜେପି ନେତା ଓ କର୍ମକର୍ତାମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଛନ୍ତି । ଦୀପ ଜାଳି ପୂଜାର୍ଚ୍ଚନା କରି ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।