କନକ ବ୍ୟୁରୋ : ରାଜ୍ୟରେ ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାରୁ ଏମାନଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ପରିଚୟ ପତ୍ର ନଥିଲେ ବି ଏମାନେ ସ୍ୱତନ୍ତ୍ର ଟିକା ଅଭିଯାନରେ ସାମିଲ ହୋଇପାରିବେ । କୋ-ୱିନ ପୋର୍ଟାଲରେ ହେବ ସ୍ୱତନ୍ତ୍ର ଅଧିବେଶନ । ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନଙ୍କୁ ଚିଠି ଲେଖିଛନ୍ତ ସ୍ୱାସ୍ଥ୍ୟ ବିଭାଗର ଅତିରକ୍ତ ଶାସନ ସଚିବ ।
ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ : ପରିଚୟପତ୍ର ନଥିଲେ ବି ସ୍ୱତନ୍ତ୍ର ଟିକା ଅଭିଯାନରେ ହେବେ ସାମିଲ୍
/kanak/media/post_attachments/wp-content/uploads/2021/05/13-7.jpg)